ETV Bharat / bharat

ହୃଦଘାତରେ ଆଖି ବୁଜିଲେ ହାଥରସ ସାଂସଦ ରାଜବୀର ସିଂ ଦିଲେର - BJP MP Dies Of Heart Attack

author img

By ETV Bharat Odisha Team

Published : Apr 24, 2024, 10:37 PM IST

Updated : Apr 24, 2024, 11:08 PM IST

BJP MP Dies Of Heart Attack: ଉତ୍ତରପ୍ରଦେଶର ହାଥରସ ସାଂସଦ ରାଜବୀର ସିଂ ଦିଲେରଙ୍କ ଦେହାନ୍ତ ହୋଇଛି । ତାଙ୍କ ଅକାଳ ବିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

BJP MP Dies
BJP MP Dies

ଲକ୍ଷ୍ନୌ: ଆଖି ବୁଜିଲେ ହାଥରସ ଲୋକସଭା ବିଜେପି ସାଂସଦ । ଉତ୍ତରପ୍ରଦେଶର ହାଥରସ ସାଂସଦ ରାଜବୀର ସିଂ ଦିଲେରଙ୍କ ଦେହାନ୍ତ ହୋଇଛି । ହୃଦଘାତରେ ତାଙ୍କର ବିୟୋଗ ହୋଇଥିବା ସୂଚନା ରହିଛି । ସେ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ଆଲିଗଡ଼ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ତାଙ୍କ ଅକାଳ ବିୟୋଗକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ବିଜେପି ରାଜବୀର ସିଂ ଦିଲେରଙ୍କ ଟିକଟ୍ କାଟିଥିଲା । ହାଥରସ ଆସନରୁ ବର୍ତ୍ତମାନ ଅନୁପ ବାଲ୍ମିକୀଙ୍କୁ ପ୍ରାର୍ଥୀ କରିଛି ଦଳ । ଏହାସହ ସାଂସଦ ରାଜବୀର ଦିଲେରଙ୍କ ବିୟୋଗକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସେ ନିଜ ଟ୍ବିଟର (X) ହ୍ୟାଣ୍ଡେଲରେ ଲେଖିଛନ୍ତି, ରାଜବୀରଙ୍କ ଦେହାନ୍ତ ଗଭୀର ଦୁଃଖ ଦେଇଛି । ଦଳ ପାଇଁ ତାଙ୍କର ଅନେକ ଅବଦାନ ରହିଛି । ରାଜବୀରଙ୍କ ଅକାଳ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି ହୋଇ ରହିବ । ପ୍ରଭୁ ଶୀରାମଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ, ସେ ତାଙ୍କର ଅମର ଆତ୍ମାକୁ ସଦଗତି ଦିଅନ୍ତୁ । ଶୋକ ସନ୍ତପ୍ତ ପରିବାରବର୍ଗକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ । ଓମ ଶାନ୍ତି ।"

ଏହା ବି ପଢନ୍ତୁ...ନବରଙ୍ଗପୁର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀଙ୍କ ମାଆଙ୍କ ପରଲୋକ - Pradeep Majhi Mother Passes Away

ଏହାସହ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ମଧ୍ୟ ଶୋକ ବ୍ୟକ୍ତ କରି ଉଲ୍ଲେଖ କରିଛନ୍ତି, "ରାଜବୀର ଦିଲେର ଜମେ କର୍ମଠ ବ୍ୟକ୍ତି । ସେ ଦଳ ପାଇଁ ଅନେକ କାର୍ଯ୍ୟ କରିଆସିଛନ୍ତି । ତାଙ୍କର ନିଧନ ଭାଜପା ପାଇଁ ଅପୂରଣୀୟ କ୍ଷତି ହୋଇ ରହିବ । ଇଶ୍ବରଙ୍କ ନିକଟରେ ପ୍ରାର୍ଥନା ଯେ, ସେ ଏହି ପୁଣ୍ୟାତ୍ମାଙ୍କୁ ନିଜ ଚରଣରେ ସ୍ଥାନ ଦିଅନ୍ତୁ । ଏହାସହ ଶୋକସନ୍ତପ୍ତ ପରିବାରକୁ ଏଭଳି ଦୁଃଖଦ ସମୟପରେ ଶକ୍ତି ପ୍ରଦାନ କରନ୍ତୁ । ଓମ ଶାନ୍ତି ।" ଉତ୍ତରପ୍ରଦେଶର ବିଜେପି ନେତାମାନେ ରାଜବୀରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ, ବିଜେପି ସାଂସଦ ରାଜବୀର ସିଂ ଦିଲେର ଉତ୍ତରପ୍ରଦେଶର ହାଥରସ ଆସନରୁ ସାଂସଦ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ଥର ମଧ୍ୟ ସେ ଆଶାୟୀ ଥିବାବେଳେ ଦଳ ତାଙ୍କୁ ଟିକଟ ପ୍ରଦାନ କରିନାହିଁ ।

Last Updated : Apr 24, 2024, 11:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.