ETV Bharat / bharat

ଝାଳବୁହା ପ୍ରଚାର କଲେ, ହାର୍ ଜିତ୍ ଜାଣିବା ଆଗରୁ ଆଖି ବୁଜିଲେ ବିଜେପି ସାଂସଦ ପ୍ରାର୍ଥୀ - BJP Candidate Dies

author img

By ETV Bharat Odisha Team

Published : Apr 21, 2024, 10:12 AM IST

Updated : Apr 21, 2024, 10:19 AM IST

BJP Candidate Dies: ନିର୍ବାଚନ ଗୋଟିଏ ଦିନ ପରେ ବିଜେପି ସାଂସଦ ପ୍ରାର୍ଥୀଙ୍କ ମୃତ୍ୟୁ । ମୋରଦାବାଦ ଲୋକସଭା ଆସନର ପ୍ରାର୍ଥୀ କୁନଓ୍ବାର ସର୍ବେଶ ସିଂଙ୍କ 72 ବର୍ଷରେ ଦେହାନ୍ତ । ଅଧିକ ପଢନ୍ତୁ

Etv Bharat
Etv Bharat

ଲକ୍ଷ୍ନୌ: ନିର୍ବାଚନରେ ବିଜୟୀ ହେବା ପାଇଁ ଜୋରଦାର ପ୍ରଚାର କରିଥିଲେ । ଦିନ ରାତି ଏକ କରି ଖରାତରାକୁ ଖାତିର ନକରି ଲୋକଙ୍କ ନିକଟରେ ପହଞ୍ଚି ଭୋଟ ଭିକ୍ଷା କରିଥିଲେ । ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେଲା । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ଆଖି ବୁଜିଲେ ବିଜେପି ସାଂସଦ ପ୍ରାର୍ଥୀ କୁନଓ୍ବାର ସର୍ବେଶ ସିଂ । ସେ ଉତ୍ତରପ୍ରଦେଶ ମୋରଦାବାଦ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ଗତକାଲି ଚିକିତ୍ସାଧିନ ଅବସ୍ଥାରେ ହୃଦଘାତରେ 72 ବର୍ଷ ବୟସରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସେ ଥରେ ସାଂସଦ ଏବଂ 5 ଥରର ବିଧାୟକ ରହିଥିଲେ ।

ବିଜେପି ସାଂସଦ ପ୍ରାର୍ଥୀ କୁନଓ୍ବାରଙ୍କ ମୃତ୍ୟୁ ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ୟୁପି ବିଜେପି ମୁଖ୍ୟ ଭୁପେନ୍ଦ୍ର ଚୌଧୁରୀ । ସେ କହିଥିଲେ ଯେ, ତାଙ୍କ ଗଳାରେ ଯନ୍ତ୍ରଣା ହେବାରୁ କିଛି ଦିନ ତଳେ ସେ ଅପରେସନ୍ ହୋଇଥିଲେ । ଶୁକ୍ରବାର ଚେକ୍ ଅପ୍ ପାଇଁ AIIMS ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । କନଓ୍ବାରଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଏହା ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ସ୍ଥଗିତ ପଞ୍ଚାୟତ ନିର୍ବାଚନ, ମେ ୧୭ରେ ହେବ ଅନୁଷ୍ଠିତ

କୁନଓ୍ବାର ସର୍ବେଶ ସିଂ ଉତ୍ତରପ୍ରଦେଶରେ ଜଣେ ବ୍ୟବସାୟୀ ତଥା ବିଜେପିର ଜଣେ ଟାଣୁଆ ନେତା ଥିଲେ । ସାଂସଦ ହେବା ପୂର୍ବରୁ ସେ ଠାକୁରଦ୍ବାରା ବିଧାନସଭା ଆସନରୁ ପାଞ୍ଚ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସର୍ବେଶଙ୍କ ପୁଅ କୁନୱର ସୁଶାନ୍ତ ସିଂ ବାଧପୁର ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଯାହା ମୋରଦାବାଦ ଲୋକସଭା ଆସନରେ ରହିଛି । 2014ରେ କନ୍ଥ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲାଉଡ ସ୍ପିକର ବିବାଦ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ପଶ୍ଚିମ ଉତ୍ତରପ୍ରଦେଶର ଆଠଟି ଆସନରେ ଏପ୍ରିଲ 19 ତାରିଖରେ ଲୋକସଭା ନିର୍ବାଚନ ହୋଇଥିଲା । ଏଠାରେ 60 ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ମୋରଦାବାଦରେ 60.60 ପ୍ରତିଶତ ମତଦାନ ରେକର୍ଡ କରାଯାଇଛି ।

2014 ସାଧାରଣ ନିର୍ବାଚନରେ କୁନଓ୍ବାର ମୋରଦାବାଦ ଲୋକସଭା ଆସନରୁ ଜିତିଥିଲେ କିନ୍ତୁ 2019ରେ ସମାଜବାଦୀ ଦଳର ଏସ ଟି ହାସନଙ୍କ ଠାରୁ ହାରି ଯାଇଥିଲେ । ସେ 1991ରୁ 2007 ଏବଂ 2012 ରୁ 2014 ପର୍ଯ୍ୟନ୍ତ ମୋରଦାବାଦର ଠାକୁରୱାଡା ବିଧାନସଭା ଆସନରୁ ପାଞ୍ଚ ଥର ବିଜେପି ବିଧାୟକ ଭାବରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

Last Updated : Apr 21, 2024, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.