ETV Bharat / bharat

ପାକିସ୍ତାନ ମଧ୍ୟ ମୋଦିଙ୍କ ଭଳି ନେତୃତ୍ବ ଚାହେଁ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 21, 2024, 6:06 PM IST

Mohan Yadav Praised PM Modi: ଭୋପାଳରେ ରାମ ମନ୍ଦିରର ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଶତୃ ଦେଶ ପାକିସ୍ତାନ ମଧ୍ୟ ଏହି ଭଳି ଜଣେ ନେତା ଚାହୁଁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ । ଅଧିକ ପଢନ୍ତୁ

ମୋଦିଙ୍କ ପ୍ରଶଂସା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ
ମୋଦିଙ୍କ ପ୍ରଶଂସା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୋପାଳ: ପ୍ରଧାନମନ୍ତ୍ରୀଙ୍କର ଭୂରି ଭୂରି ପ୍ରଶଂସା କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଏମପି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି," ଶତ୍ରୁ ଦେଶ ପାକିସ୍ତାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ପରି ନେତା ଚାହେଁ ।" ଭୋପାଳର ଆନନ୍ଦନଗରରେ ରାମ ମନ୍ଦିର ପାଇଁ ଆୟୋଜିତ ଏକ ସମାରୋହରେ ସମ୍ବନ୍ଧିତ ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ପ୍ରଧାନମନ୍ତ୍ରୀ ଭାରତ ବର୍ଷରେ ଯେଉଁଭଳି ଉନ୍ନତିମୂଳକ କାମ ସବୁ କରୁଛନ୍ତି ଏବଂ ଯେଉଁ ନିର୍ଣ୍ଣୟ ନେଉଛନ୍ତି ତାହାକୁ ବିଶ୍ବବ୍ୟାପୀ ପ୍ରଶଂସା କରାଯାଉଛି । ପ୍ରଧାନମନ୍ତ୍ରୀ ଦୁନିଆର ଲୋକପ୍ରିୟ ନେତାମାନଙ୍କ ମଧ୍ୟରୁ ଜଣେ । ଏକଥା ଆମେ ନୁହେଁ । ବରଂ ପଡୋଶୀ ଦେଶମାନେ କହୁଛନ୍ତି । "

  • श्री राम जय राम, जय जय राम!

    मुख्यमंत्री डॉ. मोहन यादव ने आज भोपाल के आनंद नगर स्थित श्रीराम मंदिर में पूजा-अर्चना कर प्रभु श्रीराम से प्रदेशवासियों की समृद्धि और खुशहाली की कामना की।@DrMohanYadav51 pic.twitter.com/ii8bYw0wdr

    — Chief Minister, MP (@CMMadhyaPradesh) January 20, 2024 " class="align-text-top noRightClick twitterSection" data=" ">

ତେବେ "ଶତୃଦେଶ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ କହିଥିଲେ ଯେ, ଖାସ୍ ଆମକୁ ମୋଦିଙ୍କ ଭଳି ଜଣେ ନେତା ମିଳିଥାନ୍ତେ । ଏପରିକି ମୋଦିଙ୍କଠାରୁ କିଛି ଶିଖିବାକୁ ଦରକାର ବୋଲି ସେ ସବୁବେଳେ କୁହନ୍ତି" ବୋଲି କହିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ମଧ୍ୟପ୍ରଦେଶର ଆନନ୍ଦନଗର ସ୍ଥିତ ଶ୍ରୀରାମ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ରାଜ୍ୟବାସୀଙ୍କ ପାଇଁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସେ ପ୍ରାର୍ଥନା କରିଥିବା କହିଛନ୍ତି । ଶ୍ରୀରାମ ମନ୍ଦିରର ନବ ନିର୍ମାଣ ଏବଂ କଳସ ସ୍ଥାପନରେ ସେ ଉପସ୍ଥିତ ରହିଥିଲେ । ଏହାସହ ନବନିର୍ମିତ ସତସଙ୍ଗ ଭବନର ମଧ୍ୟ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ...ଧାର୍ମିକ ନୀତିର ଶେଷ ଦିନ, ଆଜି 125 କଳସ ଜଳରେ ସ୍ନାନ କରିବେ ରାମଲାଲା

ଏହା ମଧ୍ୟ ପଢନ୍ତୁ...‘ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହ ଆରମ୍ଭ ହେବ ଭାରତବର୍ଷ ପୁନର୍ଗଠନ ଅଭିଯାନ’

ଏହା ମଧ୍ୟ ପଢନ୍ତୁ...ରାମ ସେତୁ ନିର୍ମାଣ ପଏଣ୍ଟରେ ମୋଦି, କୋଠଣ୍ଡରାମାସ୍ୱାମୀ ମନ୍ଦିରରେ କଲେ ପୂଜାର୍ଚ୍ଚନା

ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏଥିପାଇଁ ଅଯୋଧ୍ୟା ସମେତ ସମଗ୍ର ଦେଶ ଉତ୍ସବ ମୁଖର ରହିଛି । ଏହି ପବିତ୍ର ସମାରୋହରେ ଚତୁର୍ଦ୍ଦିଗ ରାମ ନାମରେ ପ୍ରକମ୍ପିତ ହେଉଛି । ଆଜି ୧୨୫ ଗରା ଜଳରେ ରାମଲାଲାଙ୍କ ସ୍ନାନ କରାଯାଇଛି । ପ୍ରଭୁ ଶ୍ରୀରାମଙ୍କୁ ସ୍ବାଗତ କରିବାକୁ ସାରା ଦେଶ ଉତ୍ସବମୁଖର ଥିବାବେଳେ ମଧ୍ୟପ୍ରଦେଶରେ ମଧ୍ୟ ପ୍ରସ୍ତୁତି ଜୋରଦାର କରାଯାଇଛି । ସେପଟେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଅତିଥିଙ୍କ ସମାଗମ ହୋଇଛି । ରାତି ପାହିଲେ ହେବ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ସେହି ସମୟକୁ ଅପେକ୍ଷା କରି ରହିଛନ୍ତି ଦେଶବାସୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.