ETV Bharat / bharat

ଲୋକସଭା ନିର୍ବାଚନ, ବିହାରରେ ଦେଖାଯିବ ବାହୁବଳୀଙ୍କ ଜଲଓ୍ବା - Bahubali Of Bihar Politics

author img

By ETV Bharat Odisha Team

Published : Mar 30, 2024, 5:27 PM IST

Bahubali Of Bihar Politics: 2024 ଲୋକସଭା ନିର୍ବାଚନ ଘୋଷଣା କରାଯାଇଛି । ଏଥର ପୁଣିଥରେ ଲୋକସଭା ନିର୍ବାଚନରେ ​​ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଅନେକ ବାହୁବଳୀଙ୍କୁ ଦେଖିବାକୁ ମିଳିବ । ନଜର ପକାନ୍ତୁ ବିହାରରେ ବାହୁବଳୀ ନେତାଙ୍କ ଉପରେ ପୂରା ତଥ୍ୟ ,

Bahubali Of Bihar Politics
Bahubali Of Bihar Politics

ପାଟନା: ବିହାର ରାଜନୀତିରେ ବାହୁବଳୀ ନେତାଙ୍କ ଇତିହାସ ପୁରୁଣା । ନିର୍ବାଚନ ଆସିଲେ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ବାହୁବଳୀ ବିଧାୟକ । ଅନେକ ବାହୁବଳୀ ନେତା ନିର୍ବାଚନ ଜିତିବା ପରେ ଲୋକସଭା ଏବଂ ବିଧାନସଭାକୁ ଯାଇଛନ୍ତି । ତେବେ କେଉଁ ବାହୁବଳୀ ବିଧାୟକ ନିଜେ ନିର୍ବାଚନ ଲଢୁଥିବା ବେଳେ ଆଉ କିଏ ପରିବାର ଲୋକଙ୍କୁ ଛିଡା କରାଇଛନ୍ତି । ଅନ୍ୟପଟେ ଆଉ ଜଣେ ବିଧାୟକ ନିର୍ବାଚନ ପାଇଁ 60 ବର୍ଷରେ ବିବାହ କରିଛନ୍ତି । ଅଜୟ ସିଂ, ମୋହଦ୍ ତସଲିମୁଦ୍ଦିନ, ସୟଦ ଶାହବୁଦ୍ଦିନ, ପପୁ ଯାଦବ, ଆନନ୍ଦ ମୋହନ, ସୁରଜଭାନ ସିଂ, ରାମ କିଶୋର ସିଂ, ମୁନ୍ନା ଶୁକ୍ଲା, ରିତଲାଲ ଯାଦବଙ୍କ ସମେତ ଅନେକ ନାମ ରହିଛି ଯେଉଁମାନେ ରାଜନୀତିରେ ନିଜର ପ୍ରଭାବ ପ୍ରଦର୍ଶନ କରିଥିଲେ । ତେବେ 2024 ଲୋକସଭା ନିର୍ବାଚନରେ ମଧ୍ୟ ବାହୁବଳୀ କିମ୍ବା ସେମାନଙ୍କ ପରିବାର ସଦସ୍ୟଭଙ୍କୁ ଦେଖିବାକୁ ମିଳିବ । ତେବେ ସମସ୍ତ ବାହୁବଳୀ ବ୍ୟକ୍ତି ଦଳରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ବ୍ୟସ୍ତ ରହିଛନ୍ତି । କୌଣସି ପାର୍ଟିରୁ ଅଫର ନମିଳିଲେ ସ୍ବାଧୀନ ଭାବେ ନିର୍ବାଚନ ଲଢିବା ପାଇଁ ସ୍ଥିର କରିଛନ୍ତି ।

ବାହୁବଳୀ ସୟଦ ଶାହାବୁଦ୍ଦିନ: ବିହାର ରାଜନୀତିରେ ଯଦି କୌଣସି ଶକ୍ତିଶାଳୀ ବ୍ୟକ୍ତିଙ୍କର ସର୍ବାଧିକ ପ୍ରଭାବ ରହିଥାଏ ତାହେଲେ ସିଓ୍ବାନର ପୂର୍ବତନ ସାଂସଦ ସୟଦ ଶାହାବୁଦ୍ଦିନଙ୍କ ନାମ ପ୍ରଥମେ ଆସିଥାଏ । ଅପରାଧ ଜଗତରୁ ରାଜନୀତି ପର୍ଯ୍ୟନ୍ତ ଶାହାବୁଦ୍ଦିନ 1990 ବିଧାନସଭା ନିର୍ବାଚନରେ ସ୍ବାଧୀନ ଭାବେ ଲଢି ବାଜି ମାରିଥିଲେ । ଏହାପରେ 1995 ମସିହାରେ ଆରଜେଡିରୁ ନିର୍ବାଚନ ଲଢି ବାଜି ମାରିଥିଲେ ଏବଂ ଦ୍ବିତୀୟ ଥର ପାଇଁ ବିଧାୟକ ହୋଇଥିଲେ । ତେବେ 1996ରେ ପ୍ରଥମ ଥର ପାଇଁ ସାସଂଦ ହେବା ପରେ ଲଗାତାର 4 ଥର ବାଜି ମାରିଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ତ୍ରୀ ହିନା ସାହବ ରାଜନୀତିରେ ପାଦ ଥାପିଛନ୍ତି । ତେବେ ସେ ଚଳିତ ଥର ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ପାଇଁ ନିଷ୍ପତ୍ତି ଦେଇଛନ୍ତି ।

ପୂର୍ଣ୍ଣିଆରୁ ପପୁ: ବିହାରର ଚର୍ଚ୍ଚିତ ଲୋକସଭା ଆସନ ପୂର୍ଣ୍ଣିଆ । ବିହାର ରାଜନୀତିରେ ଶକ୍ତିଶାଳୀ ରାଜନେତାଙ୍କ ମଧ୍ୟରେ ପପୁ ଯାଦବଙ୍କ ଭାବମୂର୍ତ୍ତି ରହିଛି । 36 ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ପପୁ ଯାଦବ ଥରେ ବିଧାୟକ ଏବଂ ପାଞ୍ଚ ଥର ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ 1991, 1996, 1999, 2004 ଏବଂ 2014 ରେ ଲୋକସଭାର ସଦସ୍ୟ ରହିଥିଲେ । ସେ ତାଙ୍କ ଦଳ ଜାପକୁ କଂଗ୍ରେସ ସହିତ ମିଶାଇଛନ୍ତି । ଏଥର ସେ କଂଗ୍ରେସରୁ ପୂର୍ଣ୍ଣିଆରୁ ଲଢିବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ବିହାରରେ ଛିଣ୍ଡିଲା ଇଣ୍ଡିଆ ମେଣ୍ଟ ଅଙ୍କ: RJD 26- କଂଗ୍ରେସ 9- ବାମ ଦଳକୁ 5, କଂଗ୍ରେସକୁ ପୂର୍ଣ୍ଣିଆ ସିଟ୍ ନମିଳିବାରୁ ପପ୍ପୁ ଯାଦବ ଖପ୍ପା - Lok Sabha Election 2024

ବାହୁବଳୀ ଅଜୟ ସିଂ: ଅଜୟ ସିଂ ସିୱାନର ବାହୁବଳୀ ମଧ୍ୟରେ ଲୋକପ୍ରିୟ । ତାଙ୍କ ପତ୍ନୀ କବିତା ସିଂ ବର୍ତ୍ତମାନ ସିୱାନର ସାଂସଦ ରହିଛନ୍ତି । ତେବେ ଚଳିତ ଥର ତାଙ୍କୁ ଟିକେଟ ମିଳିବ କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି ।

ବହାବଳୀ ଆନନ୍ଦ ମୋହନ: ଯଦି ବିହାର ରାଜନୀତିରେ ବାହୁବଳୀ ନେତାଙ୍କ ବିଷୟରେ ଆଲୋଚନା କରାଯାଏ, ତେବେ ଆନନ୍ଦ ମୋହନଙ୍କ ନାମ ସର୍ବଦା ଶୀର୍ଷରେ ରହିଥାଏ । 1990ରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ସେ ଦବଙ୍ଗ ନେତା ଭାବେ ଜଣାଶୁଣା । 1994 ରେ ଆନନ୍ଦ ମୋହନଙ୍କ ପତ୍ନୀ ଲଭଲି ଆନନ୍ଦ ନିର୍ବାଚନରେ ​​ବାଜି ମାରିଥିଲେ । ଆନନ୍ଦ ମୋହନ ନିଜେ 1996 ଏବଂ 1998 ରେ ଶିବହର ଲୋକସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ତେବେ ଚଳିତ ଥର ଲଭଲୀ ଜେଡିୟୁ ପକ୍ଷରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି ।

ବାହୁଳବଳୀ ରାଜନ ତିଓ୍ବାରୀ: ଉତ୍ତରପ୍ରଦେଶର କୁଖ୍ୟାତ ପ୍ରକାଶ ଶୁକ୍ଲାଙ୍କ ସହ ଅପରାଧ ଜଗତରେ ଜଡିତ ଥିବା ନେଇ ଚର୍ଚ୍ଚାରେ ରହିଆସୁଥିଲେ ରାଜନ ତିୱାରୀ । ତାଙ୍କୁ ବିହାରର ପୂର୍ବତନ ସରକାରୀ ମନ୍ତ୍ରୀ ବ୍ରିଜ ବିହାରୀ ପ୍ରସାଦ ହତ୍ୟା ମାମଲାରେ 15 ବର୍ଷ ଜେଲ ହୋଇଥିଲା । ଜେଲରୁ ବାହାରିବା ପରେ ରାଜନ ତିୱାରୀ ରାଜନୀତିରେ ପ୍ରବେଶ କରି ବିହାରର ଗୋବିନ୍ଦଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିଲେ । ବର୍ତ୍ତମାନ ମଧ୍ୟ ସେ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି ।

କଥା ରଖିଲେ ଲାଲୁ: ବାହାହେଲେ ବାହୁବଳୀ, ଟିକେଟ୍ ପାଇଲେ ପତ୍ନୀ - LOK SABHA ELECTIONS

ରାମକିଶୋର ସିଂ: ବିହାରର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ରାମକିଶୋର ସିଂଙ୍କ ନାମ ମଧ୍ୟ ଜଣାଶୁଣା । ଅପରାଧ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିବା ପରେ ରାମ ସିଂ ରାଜନୀତିରେ ପ୍ରବେଶ କରିଥିଲେ । ସେ ଲୋକ ଜନଶକ୍ତି ପାର୍ଟିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । 2014 ରେ, ସେ ଭେଟେରାନ ଆରଜେଡି ନେତା ରଘୁବନ ପ୍ରସାଦ ସିଂଙ୍କୁ ପରାସ୍ତ କରିଥିଲେ । ବର୍ତ୍ତମାନ ରାମ ସିଂଙ୍କ ପତ୍ନୀ ମହନାର ଆରଜେଡି ବିଧାୟକ ରହିଛନ୍ତ । ଏଥର ମଧ୍ୟ ନିର୍ବାଚନ ଲଢିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସୁରଜଭାନ ସିଂ: ଅପରାଧ ଦୁନିଆରେ ଦବଦବା ପରେ ସୁରଭାଜନ ରାଜନୀତିରେ ପ୍ରବେଶ କରିଥିଲେ । ପ୍ରଥମେ ମୋକାମାରୁ ବିଧାୟକ ହୋଇଥିଲେ ଏବଂ ପରେ ବାଲିଆରୁ ସାଂସଦ ନିର୍ବାଚିତ ହୋଇଥିଲେ । ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ କାରଣ ସେ ବ୍ରିଜ ବିହାରୀ ହତ୍ୟା ମାମଲାରେ ଅଭିଯୁକ୍ତ ରହିଛନ୍ତି । କିନ୍ତୁ ପରିବାରର କୌଣସି ସଦସ୍ୟକୁ ନିର୍ବାଚନୀ ମଇଦାନରକୁ ଓହ୍ଲାଇ ପାରନ୍ତି ।

ବାହୁବଳୀ ଅନନ୍ତ ସିଂ: ଅନନ୍ତ ସିଂଙ୍କ ବଡ଼ ଭାଇ ଦିଲୀପ ସିଂ ମୋକାମାର ବିଧାୟକ ଥିଲେ । ତାଙ୍କ ମୃତ୍ୟୁ ପରେ ଅନନ୍ତ ସିଂଙ୍କ ଦବଦବା ଦେଖାଯାଇଥିଲା । 2005 ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ସେ ଲଗାତାର ପାଞ୍ଚ ଥର ମୋକାମାରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଅନନ୍ତ ସିଂ ସଦସ୍ୟତା ହରାଇଥିଲେ । ଉପ-ନିର୍ବାଚନରେ ​​ତାଙ୍କ ପତ୍ନୀ ନୀଲମ ଦେବୀ ଆରଜେଡିରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଚଳିତଥର ମଧ୍ୟ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଥିଲେ ହେଁ ସିଟ୍ ମିଳିନାହିଁ ।

ଅଶୋକ ମହତୋ: ନିର୍ବାଚନୀ ମଇଦାନରେ ଦବଦବା ବଜାଇ ରଖିବା ପାଇଁ କିଛି ବି କରିପାରନ୍ତି ଏହି ବିଧାୟକ। ଲଗାତାର 16 ବର୍ଷ ଜେଲରେ ରହିବା ପରେ ତାଙ୍କୁ ଗତବର୍ଷ ଜେଲରୁ ମୁକ୍ତ କରାଯାଇଥିଲା। ଏଥର ସେ ମୁଙ୍ଗରରୁ ନିର୍ବାଚନ ଲଢିବା ନେଇ ପ୍ରସ୍ତୁତ ହେଉଥିଲେ ହେଁ ଅପରାଧିକ ମାମଲା ସହିତ ଜଡିତ ରହିଥିବା କାରଣରୁ ସେ ଟିକେଟ ପାଇନଥିଲେ । ସେଥିପାଇଁ ସେ ଦୁଇ ଦିନ ପୂର୍ବେ 60 ବର୍ଷ ବୟସରେ ବିବାହ କରିଥିଲେ । ତାଙ୍କ ପତ୍ନୀ 2024 ଲୋକସଭା ନିର୍ବାଚନରେ ​​ମୁଙ୍ଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛନ୍ତି । ବିବାହ ପରେ ଅଶୋକ ମହତୋ ତାଙ୍କ ପତ୍ନୀଙ୍କ ସହ ଲାଲୁ ପ୍ରସାଦ ଯାଦବଙ୍କୁ ମଧ୍ୟ ଭେଟିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.