ETV Bharat / bharat

‘3 ରୁ 4 ଦିନ ମଧ୍ୟରେ ଗିରଫ ହେବେ କେଜ୍ରିଓ୍ବାଲ’

author img

By PTI

Published : Feb 22, 2024, 8:51 PM IST

Atishi claims Kejriwal will be arrested in 3-4 days if AAP ties up with Congress: 3 ରୁ 4 ଦିନ ମଧ୍ୟରେ ଗିରଫ ହେବେ କେଜ୍ରିଓ୍ବାଲ, କହିଲେ ଦଳୀୟ ନେତ୍ରୀ ଅତିଶି । ଅଧିକ ପଢନ୍ତୁ

‘3 ରୁ 4 ଦିନ ମଧ୍ୟରେ ଗିରଫ ହେବେ କେଜ୍ରିଓ୍ବାଲ ’
‘3 ରୁ 4 ଦିନ ମଧ୍ୟରେ ଗିରଫ ହେବେ କେଜ୍ରିଓ୍ବାଲ ’

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ କଂଗ୍ରେସ ଓ ସପା ମଧ୍ୟରେ ଆସନ ବୁଝାମଣା ଅଙ୍କ ଛିଡିବା ପରେ ଆଜି ଦିଲ୍ଲୀରେ ମଧ୍ୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଶେଷ ହୋଇଛି । ମୋଟ 7 ଆସନ ମଧ୍ୟରୁ ଆମ ଆଦମୀ ପାର୍ଟି 4 ଟି ଆସନରେ ଓ କଂଗ୍ରେସ 3ଟିରେ ନିର୍ବାଚନ ଲଢିବାକୁ ସହମତି ପ୍ରକାଶ ପାଇଛି । ହେଲେ ଉଭୟ ଦଳ ଏହି ଘୋଷଣା କରିନଥିବା ବେଳେ ସୂତ୍ରରୁ ଏହି ଡିଲ୍‌ ସମ୍ପର୍କରେ ଜଣାପଡିଛି ।

ଏହାରି ମଧ୍ୟରେ ଆପର ବରିଷ୍ଠ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ କ୍ୟାବିନେଟ ସହଯୋଗୀ ଅତିଶି ଆଜି ଭିନ୍ନ ଅଭିଯୋଗ ଆଣିଛନ୍ତି । କଂଗ୍ରେସ ସହ ମେଣ୍ଟ କରିବା ପରେ କେଜ୍ରିଓ୍ବାଲଙ୍କୁ ଭାରତୀୟ ଜନତା ପାର୍ଟି କେନ୍ଦ୍ରୀୟ ସଂସ୍ଥା ଲଗାଇ ଗିରଫ କରିବ । 3 ରୁ 4 ଦିନ ମଧ୍ୟରେ କେଜ୍ରିଓ୍ବାଲଙ୍କୁ ସିବିଆଇ ନୋଟିସ ଜାରି କରିବ ଓ ଜେରା କରିବା ଆଳରେ ଗିରଫ ମଧ୍ୟ କରିବାକୁ ଯୋଜନା ହୋଇସାରିଥିବା ଅତିଶି ଅଭିଯୋଗ କରିଛନ୍ତି ।

ଆଜି ଅତିଶି ଦଳୀୟ ମୁଖ୍ୟାଳୟରେ ପ୍ରେସମିଟ କରି ବିଜେପି ଉପରେ ବର୍ଷିଛନ୍ତି । କଂଗ୍ରେସ ସହ ମେଣ୍ଟରେ ରହିଲେ କେଜ୍ରିଓ୍ବାଲ ଗିରଫ ହେବେ । ଏପିରିକି ଏଥିପାଇଁ ଶନିବାର ଓ ରବିବାର ମଧ୍ୟରେ ସିବିଆଇ ସମନ ଜାରି ହେବ । ଏହା ପରେ ତାଙ୍କୁ କେନ୍ଦ୍ରୀୟ ସଂସ୍ଥା ଗିରଫ କରିବ । ଯଦି କେଜ୍ରିଓ୍ବାଲ ଇଣ୍ଡିଆ ମେଣ୍ଟରୁ ଦୂରରେ ରହନ୍ତି, ତେବେ ତାଙ୍କୁ ଜେଲ ଯିବାକୁ ପଡିବନାହିଁ ବୋଲି ପୂର୍ବରୁ ମଧ୍ୟ ମେସେଜ ମିଳିସାରିଛି ବୋଲି ଅତିଶି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କେଜ୍ରିୱାଲଙ୍କ ପିଛା ଛାଡୁନି ED, 26ରେ ହାଜର ହେବାକୁ ଜାରି କଲା ସପ୍ତମ ସମନ

ପୂର୍ବରୁ କେଜ୍ରିଓ୍ବାଲ ନିଜେ ଏପରି ଅଭିଯୋଗ କରିସାରିଛନ୍ତି । ତାଙ୍କୁ ବିଜେପିରେ ସାମିଲ ହେବାକୁ ଅଫର ମିଳିଥିଲା । ବିଜେପିରେ ସାମିଲ ହେଲେ ସମସ୍ତ ମାମଲାର ତଦନ୍ତ ବନ୍ଦ କରିଦିଆଯିବ ବୋଲି ତାଙ୍କୁ କୁହାଯାଇଥିବା କେଜ୍ରିଓ୍ବାଲ କହିଥିଲେ । ବିଜେପି ଦିଲ୍ଲୀରେ ତାଙ୍କ ସରକାର ଭାଙ୍ଗିବାକୁ ପ୍ରୟାସ କରୁଛି । ଆମ ଆଦମୀ ପାର୍ଟି ବିଧାୟକଙ୍କୁ କିଣିବା ପାଇଁ କୋଟି କୋଟି ଟଙ୍କାର ପ୍ରଲୋଭନ ଦେଖାଯାଉଛି । ଏହି ଅଭିଯୋଗ ସହ କେଜ୍ରିଓ୍ବାଲ ଗୃହରେ ଆସ୍ଥାଭୋଟ ଆହ୍ବାନ କରିଥିଲେ । ଯେଉଁଥିରେ ସମସ୍ତ ଆମ ଆଦମୀ ପାର୍ଟି ବିଧାୟକମାନେ ଦଳ ସହ ଥିବା କେଜ୍ରିଓ୍ବାଲ ପ୍ରମାଣ ଦେଖାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.