ETV Bharat / bharat

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ, ଇରାନ ଆକାଶରେ ଉଡିଲାନି ଏୟାର ଇଣ୍ଡିଆ ବିମାନ - Air India

author img

By ETV Bharat Odisha Team

Published : Apr 13, 2024, 3:56 PM IST

Air India Avoiding Iranian Airspace: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ ମଧ୍ୟରେ ସତର୍କ ହେଲା ଏୟାର ଇଣ୍ଡିଆ । ଇରାନ ଆକାଶରେ ନଉଡି ବଦଳାଇଲା ରାସ୍ତା । ଅଧିକ ପଢନ୍ତୁ

Air India
Air India

ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା ଏବଂ ସଂଘର୍ଷ ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବ ବର୍ତ୍ତମାନ ବିମାନ ସେବା ଉପରେ ଦେଖାଯାଉଛି । ଏହାରି ଭିତରେ ଏୟାର ଇଣ୍ଡିଆ ବିମାନ ଇରାନୀ ଏୟାରସ୍ସେସ ଦେଇ ଯିବା ବନ୍ଦ କରି ଦେଇଛି । ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ ଚେତାବନୀ ଦେଇଛି । ତେବେ ୟୁରୋପକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ ଇରାନ ଆକାଶରେ ନଉଡି ଦୀର୍ଘ ରାସ୍ତା ନେଇ ଗନ୍ତବ୍ୟସ୍ଥଳକୁ ଯାଉଥିବା ନେଇ କୁହାଯାଇଛି ।

ଗତ ଏପ୍ରିଲ ୧ରେ ସିରିଆରେ ଥିବା ଇରାନର ବାଣିଜ୍ୟିକ ଦୂତାବାସରେ ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିଲା ଇରାନ । ଯେଉଁଥିରେ ଇରାନର ଦୁଇ ଜଣ ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା । ଏହି କାରଣ ଯୋଗୁଁ ଇସ୍ରାଇଲ ଏବଂ ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା । ଇରାନ ଏକାସାଙ୍ଗରେ ପ୍ରତିଶୋଧ ନେବାକୁ ଇଙ୍ଗିତ କରିଥିଲା । ତେବେ ଯେକୌଣସି ମୁହୂର୍ତ୍ତରେ ତେହେରାନ ଆକ୍ରମଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟରଜାର 24 ଅନୁଯାୟୀ, ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ଇରାନ ଆକାଶରେ ଉଡିନଥିଲା । ଏହି ରାସ୍ତା ପରିବର୍ତ୍ତେ ଅନ୍ୟ ଏକ ଦୀର୍ଘତମ ରାସ୍ତାରେ ଯାଇଥିଲା । ଯଦିଓ ଏୟାରଇଣ୍ଡିଆ ଶନିବାର ଦିଲ୍ଲୀ-ତେଲ ଅବିବ ଅଭିମୁଖେ ବିମାନ ଚଳାଚଳ କରିଥିଲା । କିନ୍ତୁ ଆଗାମୀ ଦିନରେ ଏହାକୁ ମଧ୍ୟ ନଜରରେ ରଖାଯିବ ବୋଲି କୁହାଯାଇଛି । 7 ଅକ୍ଟୋବର 2023ରେ ହମାସ ଆକ୍ରମଣ ପରେ ଯେତେବେଳେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା, ସେତେବେଳେ ଏୟାର ଇଣ୍ଡିଆ ଦିଲ୍ଲୀ-ତେଲ ଅବିବ୍‌ ବିମାନକୁ ସ୍ଥଗିତ ରଖିଥିଲା । ପ୍ରାୟ ପାଞ୍ଚ ମାସର ବ୍ୟବଧାନ ପରେ ଏହା ମାର୍ଚ୍ଚ 3ତାରିଖରେ ଆରମ୍ଭ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଯୁଦ୍ଧ ମୁହାଁ ଇସ୍ରାଏଲ-ଇରାନ, ଭାରତୀୟଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି - Travel Advisory For Iran Israel

ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କରାଯାଇଛି । ଦୁଇ ଦେଶର ସାମ୍ପ୍ରତିକ ସୁରକ୍ଷା ସ୍ଥିତିକୁ ନଜରରେ ରଖି ଇସ୍ରାଏଲରେ ଥିବା ସବୁ ଭାରତୀୟମାନଙ୍କୁ ଅନାବଶ୍ୟକ ଯାତ୍ରା ନକରିବା, ଶାନ୍ତ ରହିବା ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ବାରା ଜାରି ସୁରକ୍ଷା ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଉଛି । ଆମର ସମସ୍ତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦୂତାବାସ ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି ।

ତେବେ ଆମେରିକା ସମେତ ଅନେକ ଦେଶର ଇଣ୍ଟେଲିଜେନ୍ସ ପକ୍ଷରୁ କୁହାଯାଇଛି ଯେ, ଇରାନ ରବିବାର ସୁଦ୍ଧା ଇସ୍ରାଏଲ ଠାରୁ ପ୍ରତିଶୋଧ ନେଇପାରେ । ଯଦି ଆକ୍ରମଣ ହୁଏ ତେବେ ବଡ ଯୁଦ୍ଧର ଆଶଙ୍କା କରାଯାଇପାରେ । ଦୀର୍ଘ ଦିନ ଧରି ଦୁଇ ଦେଶ ମଧ୍ୟରେ ପରୋକ୍ଷ ଯୁଦ୍ଧା ଚାଲିଥିବା ବେଳେ ବର୍ତ୍ତମାନ ପ୍ରତ୍ୟକ୍ଷ ଯୁଦ୍ଧ ହେବାର ଅନୁମାନ କରାଯାଉଛି । 2020ରେ ମଧ୍ୟ ସମାନ ଉତ୍ତେଜନା ଦେଖାଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.