ETV Bharat / bharat

କାଲିଠୁ ସଂସଦର ବଜେଟ ଅଧିବେଶନ, ସର୍ବଦଳୀୟ ବୈଠକରେ ସୁରୁଖୁରୁ ଗୃହକାର୍ଯ୍ୟ ଉପରେ ଚର୍ଚ୍ଚା

author img

By ETV Bharat Odisha Team

Published : Jan 30, 2024, 4:38 PM IST

All-party meeting underway ahead of Budget Session: ସଂସଦ ଲାଇବ୍ରେରୀ ବିଲ୍ଡିଂରେ ଜାରି ରହିଛି ସର୍ବଦଳୀୟ ବୈଠକ । କାଲି ବଜେଟ ଅଧିବେଶନ ଆରମ୍ଭ । ଫେବୃଆରୀ ପହିଲାରେ ବଜେଟ ଉପସ୍ଥାପନ । ଅଧିକ ପଢନ୍ତୁ

କାଲିଠୁ ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକ ଜାରି
କାଲିଠୁ ବଜେଟ ଅଧିବେଶନ: ସର୍ବଦଳୀୟ ବୈଠକ ଜାରି

ନୂଆଦିଲ୍ଲୀ: ଆସନ୍ତାକାଲି ସଂସଦ ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ, ଆଜି ସର୍ବଦଳୀୟ ବୈଠକ ବସିଛି । ସଂସଦର ଲାଇବ୍ରେରୀ ବିଲ୍ଡିଂରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଅଧ୍ୟକ୍ଷତାରେ ଜାରି ରହିଥିବା ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ଓ ପ୍ରତିନିଧିମାନେ ଆଲୋଚନା ଜାରି ରଖିଛନ୍ତି । ସରକାର ଗୃହରେ ଶୃଙ୍ଖଳିତ ପ୍ରୋସିଡିଂ ଓ ଫଳପ୍ରଦ ଆଲୋଚନା ପାଇଁ ସମସ୍ତ ବିରୋଧୀ ଦଳର ସହଯୋଗ ଲୋଡିଛନ୍ତି । ବିରୋଧୀମାନେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସରକାର ନିକଟରେ ଦାବି ରଖିଛନ୍ତି ।

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ଚଳିତ ଲୋକସଭାର ଶେଷ ଅଧିବେଶନ ହୋଇଥିବା ବେଳେ ବର୍ଷ 2024ର ପ୍ରଥମ ଅଧିବେଶନ ମଧ୍ୟ । ବର୍ଷର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମିଳିତ ଗୃହକୁ ସମ୍ବୋଧିତ ମଧ୍ୟ କରିବେ । ଏହା ପରେ ଧନ୍ୟବାଦ ପ୍ରସ୍ତାବ ଓ ଦିବଙ୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ସମେତ ଅନ୍ୟ ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରେ ଫେବୃଆରୀ ପହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପିତ କରିବେ । ଏହା ପୂର୍ବରୁ ହାଲଓ୍ବା ସେରିମନି ମଧ୍ୟ ଶେଷ ହୋଇସାରିଛି । ଏହି ବଜେଟ ପୂର୍ଣ୍ଣ ବଜେଟ ପରିବର୍ତ୍ତେ ମଧ୍ୟବର୍ତ୍ତୀକାଳୀନ ବା କାମଚଳା ବଜେଟ ହେବାକୁ ଯାଉଛି । ବଜେଟ ପୂର୍ବ ବର୍ଷ ପରି ପେପରଲେସ ହେବାକୁ ଯାଉଛି । ଗୃହରେ ଉପସ୍ଥାପିତ ହେବାର କିଛି ଘଣ୍ଟା ମଧ୍ୟରେ ଏହା ମୋବାଇଲ ଆକ୍ଲିକେସନରେ ମଧ୍ୟ ଉପଲବ୍ଧ ହେବ । ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଏହାକୁ ସମସ୍ତେ ତଥ୍ୟ ହାସଲ କରିପାରିବେ ।

ଏହା ମଧ୍ୟ ପଢନ୍ତୁ :- ଆସନ୍ତାକାଲିଠୁ ବଜେଟ ଅଧିବେଶନ; ଆଜି ବସିବ ସର୍ବଦଳୀୟ ବୈଠକ

ଚଳିତବର୍ଷ ଆଉ ମାତ୍ର 2 ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ଚଳିତ ବଜେଟ ମୋଦି ସରକାରର ଦ୍ବିତୀୟ ପାଳିରେ ଶେଷ ବଜେଟ ହେବାକୁ ଯାଉଛି । ତେଣୁ ଏହି ବଜେଟରେ ସମସ୍ତ ବର୍ଗ ଓ କ୍ଷେତ୍ରକୁ ଖସି କରିବା ପରି ବ୍ୟୟବରାଦ କରାଯିବା ନେଇ ଅନୁମାନ କରାଯାଉଛି । ଉଭୟ ଅର୍ଥନୀତି ଓ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟକୁ ପ୍ରସ୍ତୁତ କରାଯାଇଥିବା ଅନୁମାନ କରାଯାଉଛି । ହେଲେ ମୋଦି ସରକାର କେନ୍ଦ୍ରରେ କ୍ଷମତା ହାସିଲ କରିବା ପରେ ଉପସ୍ଥାପିତ ହୋଇଥିବା ସବୁ ବଜେଟକୁ ବିରୋଧୀ କର୍ପୋରେଟ ବଜେଟ ବୋଲି ଅଭିଯୋଗ କରିଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.