ETV Bharat / bharat

୧୦୩ ବର୍ଷର ବରକୁ ୪୯ ବର୍ଷର କନ୍ୟା, ପରିଣତ ବୟସରେ 3ୟ ବିବାହ କଲେ ସ୍ବାଧୀନତା ସଂଗ୍ରାମୀ

author img

By ETV Bharat Odisha Team

Published : Jan 29, 2024, 9:54 PM IST

103 Year Old Man Married: ବିବାହ କଲେ ୧୦୩ ବର୍ଷୀୟ ବୃଦ୍ଧ । ୪୯ ବର୍ଷୀୟ ଜଣେ ମହିଳାଙ୍କୁ ସେ ବିବାହ କରିଛନ୍ତି । ଅଧିକ ପଢନ୍ତୁ

old man gets married
old man gets married

old man gets married

ଭୋପାଳ: ବିବାହ କଲେ ୧୦୩ ବର୍ଷୀୟ ବୃଦ୍ଧ । ୪୯ ବର୍ଷୀୟ ଜଣେ ମହିଳାଙ୍କୁ ସେ ଜୀବନସାଥୀ ରୂପେ ବାଛିଛନ୍ତି । ଆପଣମାନେ ମୁଖ୍ୟତଃ ଏହି ବୟସରେ ବୃଦ୍ଧ ବୃଦ୍ଧାଙ୍କୁ ନାତି ନାତୁଣୀ ଖେଳାଇବାର ଦେଖିଥିବେ । କିନ୍ତୁ ପରିଣତ ବୟସରେ ମଧ୍ୟ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଜଣେ ବୃଦ୍ଧ । ଏଭଳି ଖବର ସାମନାକୁ ଆସିଛି ମଧ୍ୟପ୍ରଦେଶର ଭୋପାଳରୁ । ଭୋପାଳର ହବିବ ନାମକ ଜଣେ ସ୍ବାଧୀନତା ସଂଗ୍ରାମୀ କୁଲଜମା ନାମକ ଜଣେ ୪୯ ବୟସର ମହିଳାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଉଭୟ ପତି ଓ ପତ୍ନୀ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର । ବିବାହ ପରେ ଉଭୟ ପତି ପତ୍ନୀ ଅଟୋରେ ବସି ଯାଉଥିବା ନଜର ଆସିଥିଲେ । ସେମାନଙ୍କୁ ଦେଖିବା ପରେ ସମସ୍ତେ ପ୍ରଶ୍ନ କରିଥିଲେ, "ଆପଣ ଏହି ବୟସରେ ବିବାହ କାହିଁକି କଲେ ? ଆପଣଙ୍କ ମାନସିକ ସ୍ଥିତି ଠିକ୍ ଅଛି ତ?" ତେବେ ଉତ୍ତରରେ ବୃଦ୍ଧ ଜଣଙ୍କ କହିଛନ୍ତି, କେଉଁଥିରେ କିଛି ଅଭାବ ନାହିଁ, ଅଭାବ କେବଳ ଆମର ହୃଦୟରେ ରହିଛି ।" ତେବେ ସେ ଜଣେ ସ୍ବାଧୀନତା ସଂଗ୍ରାମୀ । ସେ ମଞ୍ଝାଲେ ମିଆଁ ଭାବରେ ବେଶ ଜଣାଶୁଣା ।

ଗୋଟିଏ ପଟେ ୨୦-୨୫ ବର୍ଷର ଯୁବକଙ୍କୁ ବିବାହ ପାଇଁ ଉପଯୁକ୍ତ କନ୍ୟା ମିଳୁନଥିବାବେଳେ ଅନ୍ୟପଟେ ୧୦୩ ବର୍ଷର ବୃଦ୍ଧାଙ୍କୁ କିନ୍ତୁ ମିଳିଯାଇଛି ଜୀବନସାଥୀ । ଯାହାକି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମଞ୍ଝାଲେ ମିୟାଁ ନିଜଠୁ ଅଧା ବୟସର କନ୍ୟାଙ୍କୁ ବିବାହ କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିବାବେଳେ ଏହି ବିବାହକୁ ନେଇ ଖୁସି ଅଛନ୍ତି ଉଭୟ ପତି ପତ୍ନୀ ।

ଏହା ମଧ୍ୟ ପଢନ୍ତୁ...ବିବାହ ବନ୍ଧନରେ ବାନ୍ଧି ହେଲେ ଚେସ୍‌ ମାଷ୍ଟର ପଦ୍ମିନୀ ରାଉତ

ଏହା ମଧ୍ୟ ପଢନ୍ତୁ...ସ୍ବାମୀ ଅଦଳବଦଳ ନେଲା ବିବାହ ବିଚ୍ଛେଦର ରୂପ

ତେବେ ମଞ୍ଝାଲି ମିଆଁଙ୍କ ବୟସ ୧୦୩ ବର୍ଷ ହୋଇଥିବାବେଳେ ସେ ଶାରିରୀକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କର କହିବା କଥା, ପୂର୍ବରୁ ତାଙ୍କର ୨ ପତ୍ନୀ ଥିଲେ । ହେଲେ କାହା ସହ ବିବାହ ବିଚ୍ଛେଦ ହୋଇନାହିଁ । ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ଦ୍ବିତୀୟ ବିବାହ କରିଥିଲେ ଏବଂ ଏହା ପରେ ଦ୍ବିତୀୟ ପତ୍ନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେଣୁ ସେ ତୃତୀୟ ବିବାହ କରିବାକୁ ମଧ୍ୟ ପଛାଇ ନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.