ଓଡିଶା

odisha

Mangala Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତି, ଦେଖନ୍ତୁ ଭକ୍ତିମୟ ଦୃଶ୍ୟ

By

Published : Jan 13, 2022, 6:49 AM IST

ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବଃ ତୁମେ । ଭାବବିନୋଦିଆ ଓ ଭକ୍ତବତ୍ସଳ କାଳିଆ ଠାକୁର। ଜଗାର ଏକମାତ୍ର ଝଲକ ପାଇବା ପାଇଁ ଭକ୍ତର ମନ ବ୍ୟଥିତ ହୋଇଯାଏ। ଶ୍ରୀକ୍ଷେତ୍ରକୁ ଡୋରି ନଲାଗିଲେ ବାଇଶି ପାହାଚେ ପାଦ ରଖିବା ସମ୍ଭବ ନୁହେଁ । ସେହି କପଟିଆ କାଳିଆ ପାଖରେ ସକାଳୁ ସକାଳୁ ଆରମ୍ଭ ହୋଇଛି ମଙ୍ଗଳ ଆଳତି । ବଢି ଭୋରୁ ପୂଜା ପଣ୍ଡାଙ୍କ ମନ୍ତ୍ର, ହରିବୋଲରେ ପ୍ରକମ୍ପିତ ମନ୍ଦିର ପରିବେଶ। ଧୂପ ଓ ଦୀପରେ ମହକୁଛି ମନ୍ଦିର ବେଢା। ଜଗତବାସୀଙ୍କ କଲ୍ୟାଣ ପାଇଁ ପତିତପାବନଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା।

ABOUT THE AUTHOR

...view details