ଓଡିଶା

odisha

ଭିଡ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ଅଛି ସ୍ୱତନ୍ତ୍ର ଯୋଜନା: କଟକ ଡିସିପି

By

Published : Nov 8, 2022, 8:19 PM IST

Updated : Feb 3, 2023, 8:31 PM IST

କଟକ: ଆଜିଠାରୁ ଆରମ୍ଭ ହେଉଛି ବାଲିଯାତ୍ରା। ଏନେଇ ହେବ ଅସମ୍ଭାଳ ଭିଡ।ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଏହି ଭିଡ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଡାକିଲା ସ୍ବତନ୍ତ୍ର ବୈଠକ। ବାଲିଯାତ୍ରାର ସବୁ ଗେଟ ନିକଟରେ ମୁତୟନ ରହିବେ ପୋଲିସ। ମୋଟ 50 ପ୍ଲାଟୁନ ଫୋର୍ସ, 200 ଅଫିସର ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ରହିବେ । ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ଦୃଷ୍ଟିକୋଣରୁ ପୋଲିସ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ । ଅନ୍ୟପଟେ ଲୋକଙ୍କୁ ସହାୟତା କରିବ କମିଶନରେଟ ପୋଲିସ । ଭିଡ ମଧ୍ୟରେ ଯଦି କିଏ ହଜିବ ତାହା ଉପରେ ମଧ୍ୟ ନଜର ରଖିବ ପୋଲିସ । ଇଟିଭି ଭାରତ, କଟକ
Last Updated :Feb 3, 2023, 8:31 PM IST

ABOUT THE AUTHOR

...view details