ଓଡିଶା

odisha

Ganesh Puja: ଗଣେଶ ପୂଜାରେ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଆଧାର କାର୍ଡ ତୋରଣ

By ETV Bharat Odisha Team

Published : Sep 19, 2023, 8:33 PM IST

ଆଧାର କାର୍ଡର ତୋରଣ

କଟକ: ଆଜି ଚାରିଆଡେ ପୂଜା ପାଉଛନ୍ତି ବିଗ୍ନ ବିନାସକ ଗଣେଶ । ଏନେଇ ସବୁଆଡ଼ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି । ସେପଟେ ଭିନ୍ନ ଭିନ୍ନ ତୋରଣ ସାଙ୍ଗକୁ ରଙ୍ଗୀନ ସାଜସଜାରେ ସଜେଇ ହୋଇଛି ସିଲଭରସିଟି କଟକ। ତେବେ ଶ୍ରଦ୍ଧାଳୁମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଡିଜାଇନର ଗଣେଶ ମୃର୍ତ୍ତି ସ୍ଥାପନ କରିଛନ୍ତି କର୍ମକର୍ତ୍ତା। କିନ୍ତୁ  ଏହାରି ଭିତରେ ଏକ ଏମିତି ଏକ ତୋରଣର ଦୃଶ୍ୟ ସମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଆଧାର କାର୍ଡରେ ଗଣେଶଙ୍କ ବାୟୋ ଡାଟା। ଏହାରି ଭିତରେ ବାପା ମାଆ, ଘର ଜନ୍ମ ତାରିଖ ସବୁ ରହିଛି। ଏହାସହ ଶେଷରେ ଗୋଟିଏ ବାର କୋର୍ଡ ମଧ୍ୟ ରହିଛି । ତେବେ ଏହାକୁ ଦେଖିଲା ମାତ୍ରକେ ବାଟୋଇ କିଛି ସମୟ ପାଇଁ ଚାହିଁ ରହୁଛି। କଟକର ମହାନଦୀ ବିହାରର ଏକ କ୍ଲବର କର୍ମକର୍ତ୍ତା ଏଭଳି ଏକ ନୂଆ ଡିଜାଇନର ତୋରଣ କରି ଚର୍ଚ୍ଚାରେ ରହିଛନ୍ତି। ସବିଠାରେ କିଛି ନୂଆ ନୂଆ ତୋରଣର ଦୃଶ୍ୟ ଦେଖିବାକୁ ମିଳୁଥିଲା ବେଳେ ଏହି ଆଧାର କାର୍ଡ ତୋରଣ ନିଶ୍ଚୟ ଲୋକ ମାନଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି କ୍ଲବ ସଦସ୍ୟ। 

ଏହା ମଧ୍ୟ ପଢ଼ନ୍ତୁ...ଗଜାନନଙ୍କ ପୂଜା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆକର୍ଷଣୀୟ ତୋରଣରେ ଝଲସୁଛି ପୂଜା ମଣ୍ଡପ

ଇଟିଭି ଭାରତ, କଟକ

ABOUT THE AUTHOR

...view details