ଓଡିଶା

odisha

କଳାହାଣ୍ଡି ଜିଲ୍ଲାରେ ମରୁଡି଼ ଘୋଷଣା ଦାବି ନେଇ ଗର୍ଜିଲେ ଚାଷୀ

By ETV Bharat Odisha Team

Published : Sep 4, 2023, 7:37 PM IST

ମରୁଡି଼ ଘୋଷଣା ଦାବି ନେଇ ଗର୍ଜିଲେ ଚାଷୀ

କଳାହାଣ୍ଡି: ଚଳିତ ବର୍ଷ ବର୍ଷାର ପରିମାଣ କମ ରହିଛି, ଫଳରେ ରାଜ୍ୟରେ ମରୁଡ଼ି ଭଳି ସମସ୍ୟା ଦେଖା ଦେଇଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟିପାତ କାରଣରୁ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖାଦେଇଛି । ବ୍ଲକର ୨୨ଟି ପଞ୍ଚାୟତରେ ମରୁଡି ସ୍ଥିତି ଜଟିଳ ରୂପ ଧାରଣ କରିଥିବା ବେଳେ ବର୍ଷାର ଅଭାବ ଏବଂ ଜଳ ଯୋଗାଣର ବ୍ୟବସ୍ତା ନଥିବାରୁ ଏହାକୁ ନେଇ ଚାଷୀ କୂଳ ଅସନ୍ତୋଷ  ପ୍ରକାଶ କରିଛନ୍ତି ।  

ତେବେ ବ୍ଲକର ପ୍ରାୟ ୯୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି ।  ଏତିକି ବେଳେ ଅନାବୃଷ୍ଟି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ଚାଷ ହେବା ନେଇ ଆଗକୁ ଆଉ କିଛି ଆଶା ଭରସା ନାହିଁ । ତେଣୁ ଏହି ଅଞ୍ଚଳକୁ ମରୁଡ଼ି ଘୋଷଣା କରିବାକୁ ଲୋକେ ଦାବି କରିଛନ୍ତି । ମରୁଡ଼ିର ସ୍ଥାୟୀ ସମାଧାନ କରିବା ପାଇଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ କେନାଲ ମାଧ୍ୟମରେ ଜଳସେଚନ କରାଯିବାକୁ ଚାଷୀ ଦାବି କରିଛନ୍ତି । ଏଥିସହ ଛୋଟ ଚାଷୀଙ୍କୁ ଗଭୀର ନଳକୂପ ପ୍ରଦାନ କରିବାକୁ ମଧ୍ୟ ଦାବି କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ...କଳାହାଣ୍ଡି ଆକାଶରେ ଉଡିବ ବିମାନ, ଅଗଷ୍ଟ ୩୧ରୁ ଭୁବନେଶ୍ବରରୁ ଉତ୍କେଲା ବିମାନ ସେବା ଆରମ୍ଭ

ସେପଟେ କୋକସରା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, କୃଷି ଋଣ ଛାଡ, କୃଷି ବୀମା ପ୍ରଦାନ ଦାବି ହୋଇଛି । କୋକସରା ବ୍ଲକ୍‌ ସଚେତନ କୃଷକ ମଞ୍ଚ ଆବାହକ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ବ୍ଲକର ୨୨ଟି ପଞ୍ଚାୟତର ଶତାଧିକ କ୍ଷତିଗ୍ରସ୍ତ ଚାଷୀ କୋକସରା ଜଗନ୍ନାଥ ମନ୍ଦିର ନିକଟରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହାସହ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି । ଏହାସହ ୨୩ ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details