ETV Bharat / state

କଳାହାଣ୍ଡି ଆକାଶରେ ଉଡିବ ବିମାନ, ଅଗଷ୍ଟ ୩୧ରୁ ଭୁବନେଶ୍ବରରୁ ଉତ୍କେଲା ବିମାନ ସେବା ଆରମ୍ଭ

author img

By ETV Bharat Odisha Team

Published : Aug 27, 2023, 1:59 PM IST

ଖୁବଶୀଘ୍ର କଳାହାଣ୍ଡି ଆକାଶରେ ଉଡିବ ବିମାନ । ଅଗଷ୍ଟ 31ରୁ ଉତ୍କେଳାକୁ ଆରମ୍ଭ ହେବ ବିମାନ ସେବା । ଅଧିକ ପଢନ୍ତୁ

Utkela airport
Utkela airport

ଭୁବନେଶ୍ବର: ଆକାଶପଥରେ ଯୋଡ଼ି ହେବ କଳାହାଣ୍ଡି ଜିଲ୍ଲା । ଭୋକର ଭୂଗୋଳ କୁହାଯାଉଥିବା କଲାହାଣ୍ଡି ଜିଲ୍ଲାକୁ ଉଡିବ ବିମାନ । ବିମାନ ସେବା ପାଇବେ କଳାହାଣ୍ଡିବାସୀ । ଆସନ୍ତା ଅଗଷ୍ଟ 31ରୁ ଉତ୍କେଲାକୁ ଉଡ଼ିବ ବିମାନ । ଭୁବନେଶ୍ୱର ବିମାନବନ୍ଦରରେ ଏହାକୁ ଫ୍ଲାଗ ଅପ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିସି ମାଧ୍ୟମରେ ଯୋଡି ହେବେ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଉତ୍କେଲା ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ହେବାକୁ ଥିବା ବେଳେ ଆଗକୁ ଏହା ରାୟପୁରକୁ ସମ୍ପ୍ରସାରିତ ହେବ ବୋଲି ସୂଚନା ମିଳିଛି । ପ୍ରତିଦିନ ଭୁବନେଶ୍ବରରୁ ଉତ୍କେଲାକୁ ଗୋଟିଏ ଥର ଚଳାଚଳ କରିବ ବିମାନ ।

ଉତ୍କେଲାରେ ସର୍ବପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ ହେବ । ରନୱେ ସମ୍ପ୍ରସାରଣ କାର୍ଯ୍ୟ ଆଗେଇ ଚାଲିଛି । କେନ୍ଦ୍ର ସରକାର ଏହି ବିମାନ ବନ୍ଦରକୁ ଥ୍ରିସି ଘୋଷଣା ମଧ୍ୟ କରିଛନ୍ତି । ରନ୍‌ୱେର ଲମ୍ବ 18 ଶହ ମିଟର ହେବ । ଯେଉଁଥିରେ ବଡ଼ ବିମାନ ମଧ୍ୟ ଅବତରଣ କରିପାରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଝାରସୁଗୁଡ଼ା,ରାଉରକେଲା,ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ କରୁଥିବା ବେଳେ ଏବେ ଏଥିରେ ଯୋଡ଼ି ହେବ ଭବାନୀପାଟଣା । ଉଡାନ ସ୍କିମରେ ଉତ୍କେଲା ବିମାନ ବନ୍ଦର ରାଜ୍ୟର ପଞ୍ଚମ ବିମାନ ବନ୍ଦର ହେବାକୁ ଯାଉଛି । ତେବେ ବାକି ଥିବା ଏୟାର ଷ୍ଟ୍ରିପ ଆଗକୁ ମଧ୍ୟ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ-ରାଉରକେଲାରୁ କୋଲକାତା ଉଡ଼ିବ ବିମାନ, ସେପ୍ଟେମ୍ବର 1ରୁ ଆରମ୍ଭ ହେବ ବିମାନସେବା

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଇଥିବା ଗ୍ରାହକ ସନ୍ତୁଷ୍ଟି ସର୍ଭେରେ 9ମ ସ୍ଥାନରେ ଝାରସୁଗୁଡ଼ା ବିମାନବନ୍ଦର ରହିଛି । ଝାରସୁଗୁଡ଼ା ବିମାନବନ୍ଦର ୪.୮୩ ସ୍କୋର ହାସଲ କରିଥିଲା । ସମୁଦାୟ 24 ପାରାମିଟର ପାଇଁ ପାଞ୍ଚ ପଏଣ୍ଟ ସ୍କେଲ ମାଧ୍ୟମରେ ଗ୍ରାହକ ସନ୍ତୁଷ୍ଟ ସର୍ଭେ ହୋଇଥିଲା । ଏକ ନମ୍ବରରେ ରହିଥିଲା ଭୋପାଳ ବିମାନବନ୍ଦର । ଯାହାର ସ୍କୋର ରହିଥିଲା 4.99।

ଏହା ମଧ୍ୟ ପଢନ୍ତୁ-ଉତ୍କେଲା ବିମାନ ବନ୍ଦରକୁ ଗ୍ରୀନ ସିଗନାଲ, ଆକାଶ ଛାତି ଚିରି ଉଡ଼ିବେ କଳାହାଣ୍ଡି ବାସିନ୍ଦା

ତେବେ ଆସନ୍ତା ସେପ୍ଟେମ୍ବର 1 ତାରିଖରେ ରାଉରକେଲାରୁ କୋଲକାତାକୁ ଆରମ୍ଭ ହେବ ବିମାନ ସେବା । ବର୍ତ୍ତମାନ କେବଳ ରାଉରକେଲାରୁ ରାଜଧାନୀ ଭୁବନେଶ୍ବରକୁ ବିମାନସେବା ଜାରି ରହିଥିବା ବେଳେ ସେପ୍ଟେମ୍ବର ୧ରୁ କୋଲକାତାକୁ ବିମାନସେବା ଆରମ୍ଭ ହେବ । ଏଠାରୁ ଅନ୍ୟ ରାଜ୍ୟକୁ ବିମାନ ସେବା ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.