ଓଡିଶା

odisha

ନୂଆବର୍ଷରେ ଘରକୁ ଆସିଲା ଶିଶୁକନ୍ୟା, ଖୁସିରେ ନାଚିଲା ପୂରା ଗାଁ

By

Published : Jan 2, 2023, 6:38 PM IST

Updated : Feb 3, 2023, 8:38 PM IST

ଚଣ୍ଡିଗଡ଼: ସାଧାରଣତଃ ଅନେକ ଦମ୍ପତି ପୁତ୍ର ସନ୍ତାନକୁ ଆଶା କରନ୍ତି । ଝିଅ ଅପେକ୍ଷା ପୁଅଙ୍କୁ ଅଧିକ ପ୍ରଧାନ୍ୟ ଦିଅନ୍ତି । ମାତ୍ର ଏବେ ସମୟ ବଦଳିଥିବା ବେଳେ ପୁଅ ଝିଅ ସମାନ ବୋଲି ଅନେକ ବିଶ୍ବାସ କଲେଣି । ପୁଅଙ୍କୁ ଅଧିକ ପ୍ରାଧାନ୍ୟ ଦେଉଥିବା ଭଳି କିଛି ଲୋକେ ଏପରି ମାନସିକତା ରଖୁଥିବା ବେଳେ ଏପଟେ ପଞ୍ଜାବ ଭଟିଣ୍ଡାରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ନୂଆବର୍ଷର ପ୍ରଥମ ଦିନରେ ଘରେ ଶିଶୁକନ୍ୟାର ପାଦ ଥାପିବା ପରେ କୁନି ଅତିଥିକୁ ପରିବାର ଧୁମଧାମରେ ସ୍ବାଗତ କରିଛି (Celebration on Birth of New Born Baby Girl )। ଏହି ଖୁସିର ମୁହୂର୍ତ୍ତରେ ପଡ଼ୋଶୀ ଏବଂ ଗାଁ ଲୋକଙ୍କୁ ମଧ୍ୟ ସାମିଲ କରାଯାଇଛି । ଶିଶୁକନ୍ୟାର ଆଗମନରେ ପରିବାର ଖୁସି ଥିବା ସମାଜକୁ ବାର୍ତ୍ତା ଦେବା ଲାଗି ଏପରି ଆୟୋଜନ କରିଥିବା କୁହାଯାଇଛି ।
Last Updated : Feb 3, 2023, 8:38 PM IST

ABOUT THE AUTHOR

...view details