ଓଡିଶା

odisha

Adipurush: ‘ଧାର୍ମିକ ଭାବନାକୁ ଆଘାତ କରିବାର କାହାର ଅଧିକାର ନାହିଁ’

By

Published : Jun 19, 2023, 4:27 PM IST

Updated : Jun 19, 2023, 5:22 PM IST

ସଂଳାପକୁ ନେଇ ବିବାଦରେ ଫିଲ୍ମ ଆଦିପୁରୁଷ, ପ୍ରତିକ୍ରିୟା ରଖିଲେ ଅନୁରାଗ ଠାକୁର

ହାଇଦ୍ରାବାଦ: ବିବାଦ ଘେରରେ ଓମ ରାଉତଙ୍କ ନିର୍ଦ୍ଦେଶିତ ପାନ ଇଣ୍ଡିଆ ଫିଲ୍ମ 'ଆଦିପୁରୁଷ'। ଫିଲ୍ମର ସଂଳାପକୁ ନେଇ ସାରା ଦେଶରେ ବିରୋଧ ସହ କଡା ସମାଲୋଚନା କରାଯାଉଛି। ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ରାମ ଏବଂ ହନୁମାନଙ୍କ ସଂଳାପକୁ ତୀବ୍ର ନିନ୍ଦା କରାଯାଉଛି। ନେପାଳରେ ଫିଲ୍ମକୁ ବିରୋଧ ସହ ବ୍ୟାନ କରାଯାଉଥିବା ବେଳେ ଅନେକ ଲୋକ ଏହାକୁ ବିରୋଧ କରିଛନ୍ତି। ବିରୋଧ ପରେ ଫିଲ୍ମର ନିର୍ମାତା ସଂଳାପ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏବଂ ଫିଲ୍ମର ସଂଳାପ ପରିବର୍ତ୍ତନ କରି ପୁଣି ଚଳିତ ସପ୍ତାହରେ ରିଲିଜ କରାଯିବ ବୋଲି କହିଛନ୍ତି। ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ର I&B ମନ୍ତ୍ରୀ ଅନୁରାଗ ଠାକୁର। ଠାକୁର କହିଛନ୍ତି ଯେ, "ସିବିଏଫସି ଏହା ଉପରେ ନିଷ୍ପତ୍ତି ନେଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ନିର୍ମାତା ଏବଂ ଡାଏଲଗ ଲେଖକଙ୍କୁ ସଂଳାପ ପରିବର୍ତ୍ତନ ବିଷୟରେ କହିଛନ୍ତି । କାହାର ଭାବନାକୁ ଆଘାତ କରିବାର କାହାର ଅଧିକାର ନାହିଁ।"

Last Updated : Jun 19, 2023, 5:22 PM IST

ABOUT THE AUTHOR

...view details