ଓଡିଶା

odisha

କନିଆଁ ସାଜିଛି କୁକୁର, ବେଦୀରେ ବସି ପୁଅ ହାତରୁ ନାଇଲା ସିନ୍ଦୁର

By

Published : Mar 16, 2021, 3:15 PM IST

ଢେଙ୍କାନାଳ: କୁକୁର ସାଙ୍ଗେ ବାହାଘର। ତାହା ବି ପୁଣି ଶିଶୁ ସହ ପଡିଛି କୁକୁର ଛୁଆର ହାତଗଣ୍ଠି । ବିଶ୍ବାସ ଅଛି ଶିଶୁଙ୍କ ଉପର ଦାନ୍ତ ବେହେଡା ଉଠିଲେ ରିଷ୍ଟଖଣ୍ଡନ ପାଇଁ କୁକୁର ଛୁଆ ସହ ବାହାଘର ହେଲେ ଗ୍ରହ ଶାନ୍ତ ତଥା ପାପରୁ ମୁକ୍ତି ହୋଇଥାଏ। ତେଣୁ ମାଘମାସ ଶେଷ ଦିନରେ କୁକୁର ସହ ବାହାଘର କରାଯାଇଥିାଏ। ଏଭଳି ଏକ ପରମ୍ପରା ଦେଖିବିକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ଫୁଲଝରୀ ଗ୍ରାମରେ । ମାଘମାସର ଶେଷ ୩ ଦିନ ମାଘ ପର୍ବ ପାଳନ କରାଯାଏ। ମାଘ ପର୍ବର ଶେଷଦିନ ଏହି ବାହାଘର କରାଯାଏ। ଗାଁ ଦାଣ୍ଡରେ ବେଦି କରି ସେହିଠାରେ ପୂଜାର୍ଚ୍ଚନା କରାଯାଏ। ମହୁଲଗଛ ମୂଳରେ ପୂଜାର୍ଚନା କରି ଗଛରେ ଧଳା ସୁତା ବାନ୍ଧି ବାହାଘର ସମାପ୍ତ ହୋଇଥାଏ। ତାପରେ ଶିଶୁର ରିଷ୍ଟଖଣ୍ଡନ ସହ ପରିବାର ଓ ଗ୍ରାମର ମଙ୍ଗଳ ହୋଇଥାଏ। ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details