ଓଡିଶା

odisha

ପାଣି ପିଇ ବୋତଲ ଛାଡି ଚାଲିଗଲେ ଯୁବପୀଢୀ, ଅଳିଆ ଉଠାଇଲେ କେନ୍ଦ୍ରମନ୍ତ୍ରୀ

By

Published : Oct 3, 2021, 10:21 PM IST

ସିମଲା: ସ୍ବଚ୍ଛତାର ବାର୍ତ୍ତା ଦେଲେ କେନ୍ଦ୍ରମନ୍ତ୍ରୀ । ବୈଠକ ସରିବା ପରେ ନିଜେ ପାଣି ବୋତଲ ଉଠାଇଲେ କେନ୍ଦ୍ରମନ୍ତ୍ରୀ । ଏ ଭଳି ଉଦାହରଣ ସୃଷ୍ଟି କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର। ନିଜ ସଂସଦୀୟ କ୍ଷେତ୍ର ହମିରପୁରରେ ବିଜେପିର ଯୁବ ସମ୍ମିଳନୀରେ ଯୁବକଙ୍କୁ ବିସ୍ତୃତ ଭାବରେ ସ୍ବଚ୍ଛତାକୁ ନେଇ ବୁଝାଇଛନ୍ତି। ଏହି ଯୁବ ସମ୍ମିଳନୀ ଶେଷ ହେବା ପରେ ଚୌକି ତଳେ ସମସ୍ତେ ବୋତଲ ଗୁଡିକ ରଖିଯାଇଥିଲେ । ଏହାପରେ କେନ୍ଦ୍ର ମନ୍ତ୍ରୀ ନିଜେ ଚେୟାର ତଳେ ପଡ଼ିଥିବା ବୋତଲ ଗୁଡ଼ିକୁ ଉଠାଇଥିଲେ। ତାଙ୍କ ସହିତ ଅନ୍ୟମାନେ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଥିଲେ | ଏହି ସମୟରେ ଅନୁରାଗ ଠାକୁର କହିଛନ୍ତି ଯେ ଯୁବକମାନେ ସ୍ବଚ୍ଛତାର ଅଭ୍ୟାସ କରିବା ଉଚିତ। ଏହା ସହିତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସଠିକ ଉପାୟରେ ନଷ୍ଟ କରିବା ଆବଶ୍ୟକ ବୋଲି କହିଛନ୍ତି | ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details