ପର୍ଥ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ବକପରେ ଅକ୍ଟୋବର ୩୦ରେ ଭାରତୀୟ କ୍ରିକେଟ ଟିମର ମୁକାବିଲା ଦକ୍ଷିଣ ଆଫ୍ରିକା ସହ ହେବାକୁ ଯାଉଛି । ଏହି ମୁକାବିଲା ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ ବିଶ୍ବକପ ଇତିହାସରେ ୫ ଥର ମୁହାଁମୁହିଁ ହୋଇସାରିଛନ୍ତି, ଯେଉଁଥିରେ ଭାରତୀୟ ଟିମ ପଲ୍ଲା ସବୁଥର ଭାରୀ ରହିଛି । ଭାରତ ଓ ପାକିସ୍ତାନ ପରି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ୪ଥର ଭାରତ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇସାରିଛି । ଟି୨୦ ବିଶ୍ବକପ ମୁକାବିଲାରେ ଏଯାବତ ମୋଟ ୫ ଥର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ୪ ଥର ଭାରତ ଓ ଦକ୍ଷିଣ ଆଫ୍ରିକା କେବଳ ଥରେ ବିଜୟୀ ହୋଇପାରିଛନ୍ତି ।
ପ୍ରଥମ ମୁକାବିଲା
ଭାରତୀୟ କ୍ରିକେଟ ଓ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଟି୨୦ ବିଶ୍ବକପରେ ୨୦୦୭ ସେପ୍ଟେମ୍ବର ୨୦ରେ ଭେଟିଥିଲା । ଯେଉଁଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୫୩ ରନ୍ ସଂଗ୍ରହ କରିଥିଲା । ଏହି ମ୍ୟାଚ୍ରେ ରୋହିତ ଶର୍ମା ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ୱିକେଟ ହରାଇ ୧୧୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହି ମ୍ୟାଚ୍ରେ ରୋହିତ ଶର୍ମା ପ୍ଲେଆର ଅଫ ମ୍ୟାଚ୍ ହୋଇଥିଲେ ଓ ୩୭ ରନ୍ରେ ଟିମ ଇଣ୍ଡିଆ ବିଜୟୀ ହୋଇଥିଲା ।
ଦ୍ବିତୀୟ ମୁକାବିଲା
ଭାରତୀୟ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ବିଶ୍ବକପରେ ଦ୍ବିତୀୟ ମୁକାବିଲା ୧୬ ଜୁନ୍ ୨୦୦୯ରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୧୨ ରନ୍ରେ ଭାରତକୁ ହରାଇଥିଲା । ଏହି ମ୍ୟାଚ୍ରେ ଏବି ଡିଭିଲିୟର୍ସ ୫୧ ବଲ୍ରୁ ୬୩ ରନ୍ର ଇଂନିସ ଖେଳିବା ସାଙ୍ଗକୁ ତିନୋଟି ଆକର୍ଷଣୀୟ କ୍ୟାଚ୍ ଧରିଥିଲେ, ଯାହାକି ମ୍ୟାଚ୍ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୫ ୱିକେଟ ହରାଇ ୧୩୦ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ କ୍ରିକେଟ ଟିମ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୧୮ ରନ୍ କରିପାରିଥିଲା । ଫଳରେ ୧୨ ରନ୍ରେ ମ୍ୟାଚ୍ ହାରିଯାଇଥିଲା ।