ଓଡିଶା

odisha

ରାଉରକେଲାରେ ବସ ଟ୍ରକ ମୁହାଁମୁହିଁ ଧକ୍କା, ୧୫ ଯାତ୍ରୀ ଗୁରୁତର

By

Published : Jun 13, 2023, 8:41 PM IST

ରାଉରକେଲାରେ ଯାତ୍ରୀବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଦୁର୍ଘଟଣାରେ ମୋଟ୍ 15ଜଣ ଆହତ ହୋଇଥିବାବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଅଧିକ ପଢନ୍ତୁ

ରାଉରକେଲାରେ ବସ ଟ୍ରକ ମୁହାଁମୁହିଁ ଧକ୍କା
ରାଉରକେଲାରେ ବସ ଟ୍ରକ ମୁହାଁମୁହିଁ ଧକ୍କା

ରାଉରକେଲାରେ ବସ ଟ୍ରକ ମୁହାଁମୁହିଁ ଧକ୍କା

ରାଉରକେଲା:ଟଳିଲା ବଡ ବିପଦ। ଯାତ୍ରୀବାହୀ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବାବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ରାଉରକେଲା ବୀରମିତ୍ରପୁର ରାଣୀ ସତୀ ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା। ଦୁଇ ଗାଡି ମଧ୍ୟରେ ଜୋରଦାର ଧକ୍କା ହେବା ଫଳରେ ୧୫ ଜଣ ବସ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଆଜି ବିହାରର ଆରାରୁ ଝାରସୁଗୁଡା ଯାଉଥିବା ଗୋଟିଏ ବସ୍ ରାଣୀ ସତୀ ମନ୍ଦିର ନିକଟରେ ଟ୍ରକ୍ ସହ ପିଟି ହୋଇଯାଇଥିଲା। ଫଳରେ ବସର ସାମ୍ନା ଭାଗ ଟ୍ରକର ସାମ୍ନା ଭାଗ ସହ ଜୋରଦାର ମାଡ ହେବା କାରଣରୁ ଦୁଇଟି ଯାକ ଗାଡିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇଯାଇଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣାରେ ଆହତ ହୋଇଥିବା 15ଜଣ ଯାତ୍ରୀଙ୍କୁ ନିକଟସ୍ଥ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ସ୍ଥାନୀୟଲୋକେ।

ତେବେ ଝାଡ଼ଖଣ୍ଡ ସୀମା ଦେଇ ବିରମିତ୍ରପୁର ସହରକୁ ବସଟି ପ୍ରବେଶ କରିଥିଲା। ସେହି ସମୟରେ ରାଣୀ ସତୀ ମନ୍ଦିର ନିକଟରେ ପାର୍କିଂ କରିବା ପାଇଁ ବସ୍ ଯାଉଥିବାବେଳେ ହଠାତ ରଙ୍ଗ୍ ରୁଟକୁ ପଶି ଆସିଥିଲା ଏକ ଟ୍ରକ। ଯାହା ଫଳରେ ଟ୍ରକ ସହିତ ବସର ମୁହାଁ ମୁହିଁ ଧକ୍କା ହୋଇଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ଏହି ଭୟଙ୍କର ଦୁର୍ଘଟଣାରେ ଉଭୟ ଗାଡିର ପାର୍ଟସ ଭାଙ୍ଗିଯିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ସାମ୍ନା ପଟୁ ଧକ୍କା ହେବା ଫଳରେ ବସଟି ଟ୍ରକର ସମ୍ମୁଖ ଭାଗରେ ପଶିଯାଇଥିବା ଦେଖିବାକୁ ମିଳୁଛି। ଫଳରେ ଆଗରେ ବସିଥିବା ଯାତ୍ରୀ ମାନଙ୍କୁ ଗଭୀର ଆଘାତ ଲାଗିଛି। ବୀରମିତ୍ରପୁରରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ଚିକିତ୍ସା ଜାରି ରହିଥିବାବେଳେ ଆହତଙ୍କ ପରିବାର ଲୋକଙ୍କୁ ମଧ୍ୟ ଏନେଇ ଖବର ଦିଆଯାଇଥିବା ଜଣାପଡିଛି।

ଏହି ଭୟଙ୍କର ର୍ଘଟଣା କାରଣରୁ 143 ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ରହିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୋଲିସ ପହଞ୍ଚି ରାସ୍ତା କ୍ଲିଅର କଲା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା। ସେଠାରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିଲାଗି ପଦକ୍ଷେପ ଗ୍ରହଣ କରିଥିଲା ପୋଲିସ । ବର୍ତ୍ତମାନ ଆହତଙ୍କ ଚିକିତ୍ସା ଜାରି ରହିଥିବାବେଳେ ଦୁର୍ଘଟଣା ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଛି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details