ଓଡିଶା

odisha

ଲାଞ୍ଚ ନେଉଥିବା ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

By

Published : Dec 28, 2019, 9:32 PM IST

ଶୁକ୍ରବାର ରାତିରେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ରୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ଷ୍ଟାଫ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ଅଧିକ ପଢ଼ନ୍ତୁ...

people demand action against staff nurse,  action against staff nurse, staff nurse taking bribe, action for taking bribe, taking bribe from patients, ଲାଞ୍ଚ ନେଉଥିବା ଷ୍ଟାଫ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି, ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି, ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ
ଲାଞ୍ଚ ନେଉଥିବା ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ସୁବର୍ଣ୍ଣପୁର: ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ ନର୍ସ ଲାଞ୍ଚ ନେଉଥିବା ମାମଲାର ତଦନ୍ତ କରାଯିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

ଲାଞ୍ଚ ନେଉଥିବା ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି

ଶୁକ୍ରବାର ରାତିରେ ଚିକିତ୍ସାଳୟର ଷ୍ଟାଫ ନର୍ସମାନେ ପ୍ରସୂତି ବିଭାଗରେ ପ୍ରାୟ 15 ଜଣଙ୍କ ପାଖରୁ 1000 ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳୁ ଏହି ଲାଞ୍ଚ ମାମଲା ପାଇଁ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା ।

କିଛି ବଜେପି କର୍ମୀ, ସ୍ବେଚ୍ଛାସେବୀ ଓ ରୋଗୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲିଖିତ ଭାବେ ଜଣାଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ 5T ଉପରେ ଜିଲ୍ଲାପାଳ କରିଥିବା ବୈଠକରେ ଏନେଇ ସୂଚନା ଦେବା ସହିତ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି । ଏହା ସହ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details