ଓଡିଶା

odisha

ବର୍ଷା ଧୋଇ ଦେଲା ପାହୁର ଯାତ୍ରା

By

Published : Sep 3, 2019, 1:37 PM IST

ମା ସମଲେଇଙ୍କ ପୀଠରୁ ପ୍ରତି ବର୍ଷ ପରି ଏଥର ବି ପାହୁର ଯାଇଛି ଅଷ୍ଟ ଚଣ୍ଡୀଙ୍କ ପୀଠକୁ। ହେଲେ ଫିକା ପଡି ଯାଇଥିଲା ଏହି ପାହୁର ଯାତ୍ରା। ସକାଳୁ ଆରମ୍ଭ ହୋଇଥିବା ବର୍ଷା ପାଇଁ ପାହୁରର ଆନନ୍ଦ ନେଇପାରିନଥିଲେ ଗଡ଼ଜାତବାସୀ।

ଫଟୋ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ସୋନପୁର ଗଡଜାତର ପାହୁର ଯାତ୍ରା ନିର୍ଦ୍ଧାରିତ ଲଗ୍ନରେ ସମ୍ପନ୍ନ ହୋଇଛି। ଦେବୀ ମା ସମଲେଇଙ୍କ ପୀଠରୁ ପ୍ରତି ବର୍ଷ ପରି ଏଥର ବି ପାହୁର ଯାଇଛି ଅଷ୍ଟ ଚଣ୍ଡୀଙ୍କ ପୀଠକୁ। ହେଲେ ଫିକା ପଡି ଯାଇଥିଲା ଏହି ପାହୁର ଯାତ୍ରା। ସକାଳୁ ଆରମ୍ଭ ହୋଇଥିବା ବର୍ଷା ପାଇଁ ପାହୁରର ଆନନ୍ଦ ନେଇପାରି ନଥିଲେ ଗଡ଼ଜାତବାସୀ।

ନିର୍ଦ୍ଧାରିତ ଲଗ୍ନରେ ସେବାୟତମାନେ ମା ସମଲେଇଙ୍କ ପୀଠରେ ପାହୁର ପ୍ରସ୍ତୁତ କରିଥିଲେ। ସରୁ ବାସମତୀ ଅରୁଆ ଚାଉଳ , ଘିଅ , ଗୁଡ , ଚିନି , ମୁଗ, ଧୂପ , ଦୀପ , କର୍ପୁର , ଦେବୀଙ୍କ ପରିଧାନ ସହିତ ଦେବୀ ମନ୍ଦିର ଗୁଡ଼ିକର ବାନା ଆଦି ସବୁ ଯୋଗେଇ ଦେଇଥିଲେ ପୌର ପରିଷଦ।

ଭିଡିଓ ସୌଜନ୍ୟ: ପ୍ରତିନିଧି ସୁବର୍ଣ୍ଣପୁର


ସେବାୟତ , ଭଜନିଆ ଓ ଶ୍ରଦ୍ଧାଳୁମାନଙ୍କ ସମାଗମରେ ମୁଖରିତ ହୋଇଥିଲା ଦେବୀ ମା ସମଲେଇ ମନ୍ଦିର ପରିସର । ପାରମ୍ପରିକ ବିଧିବିଧାନରେ ପୁରୋହିତ ପାହୁର ପୂଜାବିଧି ସମ୍ପନ୍ନ କରିଥିଲେ। ହେଲେ ପାହୁର ଯାତ୍ରା ପାଇଁ ସେତେଟା ଭିଡ ଦେଖିବାକୁ ମିଳିନଥିଲା। ବାନା ବୈରଖ, ଛତି ଛତ୍ର ଆଦି ଆଉ ବାହାରି ପାରିନଥିଲା । ଶ୍ରଦ୍ଧାଳୁମାନେ ନୀତି ପାଇଁ ପାହୁର ଯାତ୍ରାରେ ଖାଲି ସାମିଲ ହୋଇଥିଲେ।

ବର୍ଷା ସତ୍ତ୍ବେ ବି ନିର୍ଦ୍ଧାରିତ ସମୟରେ ପାହୁର ଦେବୀ ମନ୍ଦିରଗୁଡ଼ିକୁ ପହଞ୍ଚିଥିଲା।ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ଇଷ୍ଟ ଦେବୀ ମା ସୁରେଶ୍ବରୀଙ୍କ ସମେତ ଦେବୀ ମାନଙ୍କ ପାଖରେ ନୂଆଁ ଲାଗିବା ପରେ ସୋନପୁର ଗଡ଼ଜାତବାସୀ ନୂଆଁ ଗ୍ରହଣ କରିଛନ୍ତି।


ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details