ଓଡିଶା

odisha

Nuakhai 2022: କାଲି ବାହାରିବ ଲଗ୍ନ, ଶ୍ରୀବଡ ଜଗନ୍ନାଥଙ୍କ ମନ୍ଦିରରେ ନିର୍ଦ୍ଧାରିତ ହେବ ଲଗ୍ନ

By

Published : Aug 18, 2022, 5:12 PM IST

ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ । ଆସନ୍ତାକାଲି ସହରର ଶ୍ରୀବଡ ଜଗନ୍ନାଥଙ୍କ ମନ୍ଦିରରେ ଅପରାହ୍ନରେ ହେବ ଲଗ୍ନ ନିର୍ଣ୍ଣୟ । ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ନାଁରେ ପଣ୍ଡିତ ମହାସଭା ଲଗ୍ନ ନିର୍ଣ୍ଣୟ କରିବେ । ଅଧିକ ପଢନ୍ତୁ

Nuakhai 2022
Nuakhai 2022

ସୁବର୍ଣ୍ଣପୁର: ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ (Nuakhai 2022) । ଆସନ୍ତାକାଲି ସହରର ଶ୍ରୀ ବଡ ଜଗନ୍ନାଥଙ୍କ ମନ୍ଦିରରେ ଅପରାହ୍ନରେ ହେବ ଲଗ୍ନ ନିର୍ଣ୍ଣୟ । ଗଡଜାତର ଇଷ୍ଟଦେବୀ ମା’ ସୁରେଶ୍ବରୀଙ୍କ ନାଁରେ ପଣ୍ଡିତ ମହାସଭା ଲଗ୍ନ ନିର୍ଣ୍ଣୟ କରିବେ । ଏଥିପାଇଁ ପୌର ପରିଷଦ ପକ୍ଷରୁ ଗଡଜାତର ପଣ୍ଡିତମାନଙ୍କ ସମେତ ଦେବାଦେବୀ ମନ୍ଦିରର ସେବାୟତ, ଗଣମାଧ୍ୟମ ପ୍ରତିନିଧି ତଥା ସହରର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଛି ।

ଆସନ୍ତାକାଲି ବାହାରିବ ଲଗ୍ନ, ଶ୍ରୀବଡ ଜଗନ୍ନାଥଙ୍କ ମନ୍ଦିରରେ ନିର୍ଦ୍ଧାରିତ ହେବ ଲଗ୍ନ

ପରଂପରା କ୍ରମେ ପଣ୍ଡିତ ମହାସଭା ଲଗ୍ନ ନିର୍ଣ୍ଣୟ କରି ଶ୍ରୀବଡ ଜଗନ୍ନାଥଙ୍କ ନିକଟରେ ଲଗ୍ନ ପତ୍ର ସମର୍ପଣ କରିବା ପରେ ପୌର ପରିଷଦକୁ ଲଗ୍ନ ଜଣାଇବେ । ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ପତ୍ର ପତ୍ରିକାରେ ସୋନପୁର ଗଡଜାତର ଜନସାଧାରଣଙ୍କୁ ଲଗ୍ନ ସଂପର୍କରେ ଖବର ଦେବେ ।

ତେବେ ପରଂପରା ଅନୁଯାୟୀ ପୌର ପରିଷଦ ପକ୍ଷରୁ ଡେଂଗୁରା ଦେଇ ଲଗ୍ନ ଜନସାଧାରଣଙ୍କୁ ଜଣାଇ ଦିଆଯିବା । ରାଜା ରାଜୁଡା ଅମଳରେ ଶ୍ରୀଗୋପାଳଜୀଙ୍କ ମଣ୍ଡପରେ ଲଗ୍ନ ନିର୍ଣ୍ଣୟ କରାଯାଇ ଆସୁଥିବା ବେଳେ ଏବେ ଶ୍ରୀ ବଡ ଜଗନ୍ନାଥଙ୍କ ମୁକ୍ତି ମଣ୍ଡପରେ ଦେବୀ ମା’ ସୁରେଶ୍ବରୀଙ୍କ ନାଁରେ ଲଗ୍ନ ନିର୍ଣ୍ଣୟ କରି ଗଡଜାତବାସୀଙ୍କୁ ଲଗ୍ନ ଜଣାଇ ଦେବା କାର୍ଯ୍ୟ ପୌର ପରିଷଦ ସୁଚାରୁ ରୂପେ ପାଳନ କରି ଆସୁଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details