ଓଡିଶା

odisha

ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମିର ବିକାଶ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

By

Published : Aug 13, 2020, 4:06 PM IST

ସୁବର୍ଣ୍ଣପୁର ଜିଲ୍ଲା ଚିକିତ୍ସାଳୟରେ ସମସ୍ତ ସୁବିଧା ଓ ଭିତ୍ତିଭୂମିର ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମିର ବିକାଶ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ
ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମିର ବିକାଶ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର: ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ହସ୍ତକ୍ଷେପ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସୁଧାର ହୋଇ ପାରିଛି। ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ରୋଗୀ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାରୁ ଚିକିତ୍ସାଳୟରେ ସାମାନ୍ୟ ଅସୁବିଧା ହେଉଥିବା କଥାକୁ ଜିଲ୍ଲାପାଳ ସ୍ୱୀକାର କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମିର ବିକାଶ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ସାଲାଇନ ଷ୍ଟାଣ୍ଡ, ଦିବ୍ୟାଙ୍ଗ ରୋଗୀଙ୍କ ପାଇଁ ହ୍ବିଲ ଚେୟାର, ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ ରହିଛି। ତେବେ ପ୍ରାୟ 40 ଗୋଟି ସାଲାଇନ ଷ୍ଟାଣ୍ଡ ଅଣାଯାଇଥିବାବେଳେ ହ୍ବିଲ ଚେୟାର ପାଇଁ ଅର୍ଡର ଦିଆଯାଇଛି । ସେହିପରି ଯେଉଁମାନେ ଶଯ୍ୟା ନ ପାଇ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ଉପର ମହଲାରେ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details