ଓଡିଶା

odisha

ସୁବର୍ଣ୍ଣପୁରରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବି ଘେରିଲେ

By

Published : Dec 30, 2022, 7:06 PM IST

ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାରର୍କର ଏସୋସିଏସନ ପକ୍ଷରୁ ବିଭିନ୍ନ ଦାବି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଅଧିକ ପଢନ୍ତୁ

ସୁବର୍ଣ୍ଣପୁରରେ ଅଙ୍ଗନୱାଡି କର୍ମୀଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ସୁବର୍ଣ୍ଣପୁରରେ ଅଙ୍ଗନୱାଡି କର୍ମୀଙ୍କ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସୁବର୍ଣ୍ଣପୁରରେ ଅଙ୍ଗନୱାଡି କର୍ମୀଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ସୁବର୍ଣ୍ଣପୁର : ଜିଲ୍ଲାରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଅଲ୍‌ ଓଡିଶା ଅଙ୍ଗନୱାଡି ଲେଡିଜ ୱାରର୍କର ଏସୋସିଏସନ ପକ୍ଷରୁ ଆଜି(ଶୁକ୍ରବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଜିଲ୍ଲା ସଭାନେତ୍ରୀ ମମତା ପଣ୍ଡାଙ୍କ ନେତୃତ୍ବରେରେ ପ୍ରାୟ ତିନି ହଜାରରୁ ଅଧିକ ଅଙ୍ଗନୱାଡି କର୍ମୀ ଓ ପାଚିକାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଜି ଜିଲ୍ଲା ସଦର ମହକୁମାରେ ବିରାଟ ଶୋଭାଯାତ୍ରା କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି । 38 ଦିନ ହେଲା ଅଙ୍ଗନୱାଡି କର୍ମୀ ଓ ପାଚିକାମାନେ 8 ଦଫା ଦାବି ପୂରଣ ପାଇଁ ବିଭିନ୍ନ ପଞ୍ଚାୟତ ସମିତି ଆଗରେ ଧାରଣା ଦେଇଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ମାସିକ 18 ହଜାର ଟଙ୍କା ଦରମା ପ୍ରଦାନ କରିବା, ପାଚିକାମାନଙ୍କୁ 9 ହଜାର ଟଙ୍କା ଦରମା ପ୍ରଦାନ କରିବା, ଅବସରକାଳୀନ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ EPF, ESI ଓ ଗ୍ରାଚୁଟି(Gratuity) ପ୍ରଦାନ କରିବା ଦାବି ରଖିଛନ୍ତି । ଆଜି ସଙ୍ଘ ପକ୍ଷରୁ ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details