ଓଡିଶା

odisha

ଆଇଆଇଏମରେ ଲଞ୍ଚ ହେଲା ଅନଲାଇନ ଗ୍ଲୋବାଲ ଏକଜିକ୍ୟୁଟିଭ ଏମବିଏ କୋର୍ସ

By

Published : Mar 19, 2021, 10:27 PM IST

ସମ୍ବଲପୁର ଆଇଆଇଏମ ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ଅନଲାଇନ ଗ୍ଲୋବାଲ ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କରିଛି । ଅଧିକ ପଢନ୍ତୁ...

ଆଇଆଇଏମରେ ଲଞ୍ଚ ହେଲା ଅନଲାଇନ ଗ୍ଲୋବାଲ ଏକଜିକ୍ୟୁଟିଭ ଏମବିଏ କୋର୍ସ
ଆଇଆଇଏମରେ ଲଞ୍ଚ ହେଲା ଅନଲାଇନ ଗ୍ଲୋବାଲ ଏକଜିକ୍ୟୁଟିଭ ଏମବିଏ କୋର୍ସ

ସମ୍ବଲପୁର: ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ ଭାବରେ ଅନଲାଇନ ଗ୍ଲୋବାଲ ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କରିଛି ସମ୍ବଲପୁର ଆଇଆଇଏମ । ଏହି କୋର୍ସକୁ ମୁଖ୍ୟତଃ ଵ୍ୟଵସାୟୀ ଓ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଲଞ୍ଚ କରାଯାଇଥିବା ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୟଶ୍ବାଲ ସୂଚନା ଦେଇଛନ୍ତି ।

ଆଇଆଇଏମରେ ଲଞ୍ଚ ହେଲା ଅନଲାଇନ ଗ୍ଲୋବାଲ ଏକଜିକ୍ୟୁଟିଭ ଏମବିଏ କୋର୍ସ
ସମ୍ବଲପୁର ଆଇଆଇଏମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏହି ଗ୍ଲୋବାଲ ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କରାଯାଇଛି । ଏହି 2 ବର୍ଷୀୟ କୋର୍ସ ପାଇଁ ପ୍ରଥମେ ଏଣ୍ଟ୍ରାସ ଦେବାକୁ ହେବ । ଦେଶ ତଥା ଦେଶ ବାହାରର ବ୍ୟକ୍ତି ଏହି କୋର୍ସ କରିପାରିବେ । ଘରେ ଥାଇ ଅନଲାଇନରେ କ୍ଲାସ କରି ଉତ୍ତୀର୍ଣ୍ଣ ହେଲା ପରେ ଏକ ପ୍ରମାଣପତ୍ର ମଧ୍ୟ ମିଳିବ । ଏଥିପାଇଁ କୋର୍ସ ଫି ରହିଛି 9 ଲକ୍ଷ ଟଙ୍କା । ଏହି ପାଠ୍ୟକ୍ରମରେ ନୂତନ ବୈଷୟିକ କୌଶଳ ଓ ଟେକନିକ୍ ବିଷୟରେ ଶିକ୍ଷା ଦିଆଯିବ ।
ଆଇଆଇଏମରେ ଲଞ୍ଚ ହେଲା ଅନଲାଇନ ଗ୍ଲୋବାଲ ଏକଜିକ୍ୟୁଟିଭ ଏମବିଏ କୋର୍ସ

ଏଥିରେ ପାସଆଉଟ ହେଲା ପରେ ଜଣେ ବ୍ୟକ୍ତି ନିଜର ବ୍ୟବସାୟକୁ ବଢେଇ ପାରିବା ସହ ନୂତନ ଚାକିରୀ ମଧ୍ୟ ପାଇପାରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଶିଳ୍ପ ଅନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details