ଓଡିଶା

odisha

ଆଇଆଇଏମରେ ଏଚଆର ଲିଡରସିପ କନକ୍ଲେଭ

By

Published : Sep 22, 2019, 4:28 AM IST

ଆଇଆଇଏମ ସମ୍ବଲପୁରରେ ଆୟୋଜିତ ହୋଇଛି ଏଚଆର ଲିଡରସିପ କନକ୍ଲେଭ । ଦେଶର ବିଭିନ୍ନ ବଡ ବଡ କମ୍ପାନିର ମାନବ ସମ୍ବଳ ବିଭାଗର ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବାଲପୁର

ସମ୍ବଲପୁର: ଆଇଆଇଏମର ବୁର୍ଲା ସ୍ଥିତ ଆସ୍ଥାୟୀ କ୍ୟାମ୍ପସରେ ଶନିବାର ଏଚ୍‌ଆର୍‌ ଲିଡରସିପ କନକ୍ଲେଭ 2019 ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଅଧିକାରୀ ଓ ମାନବ ସମ୍ବଳ ପରିଚାଳନା ଅଧିକାରୀ ଯୋଗ ଦେଇ ଏଚଆର ମ୍ୟାନେଜମେଣ୍ଟ ନେଇ ନିଜ ନିଜର ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ।

ଆଇଆଇଏମରେ ଏଚଆର ଲିଡରସିପ କନକ୍ଲେଭ

ସମ୍ପ୍ରତି ସମାଜରେ ନିଯୁକ୍ତି ସମସ୍ୟା ବଢ଼ି ବଢି଼ ଚାଲିଛି। ଜନସଂଖ୍ୟା ବଢ଼ିବା ସହ ଏହି ସମସ୍ୟା ମଧ୍ୟ ବଢୁଛି । ଏଭଳି ସ୍ଥିତିରେ ଦେଶର ସବୁଠାରୁ ବଡ଼ ସମ୍ବଳ ବିବେଚିତ ହେଉଥିବା ଯୁବପିଢ଼ି ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ପ୍ରତ୍ୟେକ ସଂସ୍ଥାରେ ନିଯୁକ୍ତ ଥିବା ମାନବ ସମ୍ବଳର ସଠିକ ପରିଚାଳନା ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡିଛି। ଏହି ବିଷୟ ନେଇ ଆଇଆଇଏମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସଂସ୍ଥାର ଅଧିକାରୀ ଆଲୋଚନା କରିଥିଲେ । ଏହାସହ ମାନବ ସମ୍ବଳ ପରିଚାଲନା, ନୂତନ ନିଯୁକ୍ତି ସୁଯୋଗ, ନୂତନ ଟେକ୍ନୋଲୋଜି ସମ୍ପର୍କିତ ଜ୍ଞାନ ବା ତାଲିମ ଯୁବ ପିଢ଼ି କିପରି ପାଇ ପାରିବ ସେନେଇ ମଧ୍ୟ ଆଇଆଇଏମ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ହୋଇଥିଲା ।

ଏହି କନକ୍ଲେଭରେ ସମ୍ବଲପୁର ଆଇଆଇଏମର ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜେସୁଆଲ, ସାଉଥ ଏସିଆ, ଜେ.ଇର ଚିଫ କମ୍ୟୁନିକେସନ ଅଫିସର ରଚନା ପଣ୍ଡା, ଝାରସୁଗୁଡା ଏୟାରପୋର୍ଟର ନିର୍ଦ୍ଦେଶକ ଏସକେ ଚୌହାନ, ୱାଲମାର୍ଟ ଲ୍ୟାବ, ବେଙ୍ଗାଲୁରୁର ଶୋନିକା ଶର୍ମା, କେପ ଜେମିନି, ବେଙ୍ଗାଲୁରୁର ତନୁଶ୍ରୀ ମଜୁମଦାର ପ୍ରମୂଖ ଯୋଗ ଦେଇଥିଲେ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details