ଓଡିଶା

odisha

ଅନଲାଇନ ପରୀକ୍ଷା ଦାବିରେ ଜିଏମ ଛାତ୍ରଛାତ୍ରୀଙ୍କ ଧାରଣା

By

Published : Apr 12, 2021, 10:40 PM IST

ଆଜି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ଅଧିକ ପଢନ୍ତୁ...

ଅନଲାଇନ ପରୀକ୍ଷା ଦାବିରେ ଜିଏନ ଛାତ୍ରଛାତ୍ରୀଙ୍କ ଧାରଣା
ଅନଲାଇନ ପରୀକ୍ଷା ଦାବିରେ ଜିଏନ ଛାତ୍ରଛାତ୍ରୀଙ୍କ ଧାରଣା

ସମ୍ବଲପୁର : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଯାଇଛି ଅସନ୍ତୋଷ । ଆଜି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅନଲାଇନ ପରୀକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି ।

ଅନଲାଇନ ପରୀକ୍ଷା ଦାବିରେ ଜିଏନ ଛାତ୍ରଛାତ୍ରୀଙ୍କ ଧାରଣା
ଅନଲାଇନ ପରୀକ୍ଷା ଦାବିରେ ଜିଏନ ଛାତ୍ରଛାତ୍ରୀଙ୍କ ଧାରଣା

ଛାତ୍ରଛାତ୍ରୀ ମୁଖ୍ୟତଃ ଅଫଲାଇନ ପରୀକ୍ଷାକୁ ବାତିଲ କରି ତାକୁ ଅନଲାଇନ ମାଧ୍ୟମରେ କରାଯାଉ ବୋଲି ଦାବି କରିଛନ୍ତି । ପ୍ରତ୍ୟେକ ଦିନ ସମ୍ବଲପୁରର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ମଧ୍ୟ କିଛି ଛାତ୍ରଛାତ୍ରୀ ସଂକ୍ରମଣର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଧାରଣାରେ ବସିବା ସହ ଅନଲାଇନରେ ପରୀକ୍ଷା କରାଇବାକୁ ଏକ ଦାବିପତ୍ର ଦେଇଛନ୍ତି । ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details