ଓଡିଶା

odisha

ରାୟଗଡ଼ାକୁ ପୁଣି ଫେରିଲା କୋରୋନା, ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ

By

Published : Aug 5, 2022, 2:47 PM IST

Updated : Aug 5, 2022, 3:59 PM IST

ପୁଣି ରାୟଗଡ଼ା ଜିଲ୍ଲାରେ ତାଣ୍ଡବ ରଚିଲା କୋରୋନା । ଚନ୍ଦ୍ରପୁର କଲ୍ୟାଣ ବିଭାଗ ପରିଚାଳିତ ବାଳିକା ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ପୁଣି ରାୟଗଡ଼ାକୁ ଫେରିଲା କୋରୋନା, ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ
ପୁଣି ରାୟଗଡ଼ାକୁ ଫେରିଲା କୋରୋନା, ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ

ରାୟଗଡ଼ା: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଜିଲ୍ଲାକୁ ଫେରିଲା ମହାମାରୀ କୋରୋନା(COVID-19) । ଏଥର ଏହି ମହାମାରୀର ବିଭୀଷିକାର ଶିକାର ହୋଇଛନ୍ତି ଅନୁସୂଚିତ ଜନଜାତି/ଜାତି ବିଭାଗ ପରିଚାଳିତ ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ । ବିଦ୍ୟାଳୟର ପ୍ରାୟ ୪୧ ଜଣ ଛାତ୍ରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ବାଳିକା ବିଦ୍ୟାଳୟରେ ହଷ୍ଟେଲରେ ରହୁଥିବା କିଛି ଛାତ୍ରୀଙ୍କୁ ଜ୍ବର ଓ ଦେହ ଖରାପ ହେବାରୁ ସେମାନଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା । ଫଳରେ ଅନେକ ଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଜମାପଡିଥିଲା ।

ରାୟଗଡ଼ାକୁ ପୁଣି ଫେରିଲା କୋରୋନା, ବିଦ୍ୟାଳୟରେ ୪୧ ପଜିଟିଭ ଚିହ୍ନଟ

ଏବେ ସୁଦ୍ଧା ୪୧ଜଣ ଛାତ୍ରୀଙ୍କ ମଧ୍ୟରୁ ଗତ ୩ ତାରିଖରେ ପ୍ରଥମ ଦଫା ସ୍ବାସ୍ଥ୍ୟ ପରୀକ୍ଷାରେ ୧୨ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାକୁ ନେଇ ବିଦ୍ୟାଳୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଗତକାଲି (ଗୁରୁବାର) ଆଉ କିଛି ଛାତ୍ରୀମାନଙ୍କ ପରୀକ୍ଷା ପରେ ୨୯ଜଣ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥଲା । କୋରୋନାରେ ଆକ୍ରାନ୍ତ ସମସ୍ତ ୪୧ଜଣ ଛାତ୍ରୀଙ୍କୁ ସେହି ସ୍କୁଲରେ ଆଇସୋଲେସନରେ ରଖାଯାଇଛି ।

ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ କହିଛନ୍ତି, "ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହି ଘଟଣା ପରେ ଜିଲ୍ଲାର ସମସ୍ତ ମଙ୍ଗଳ ବିଭାଗର ସ୍କୁଲ ଗୁଡିକର ପ୍ରଧାନ ଶିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।" ଆଜି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, "ହଷ୍ଟେଲରେ ଥିବା ଅନ୍ୟ ସମସ୍ତ ଛାତ୍ରୀଙ୍କ ମଧ୍ୟ କୋରୋନା ଟେଷ୍ଟ କରାଯିବ ।" ସୂଚନା ଥାଉ କି ଗତ ୩ ତାରିଖରେ ଏହି ବିଦ୍ୟାଳୟର ୧୨ ଜଣ ଛାତ୍ରୀଙ୍କ ପଜିଟିଭ ଥିବା ଜଣାପଡିବା ପରେ ଅନ୍ୟ ଛାତ୍ରୀଙ୍କ ପରୀକ୍ଷା କରାଯାଇଥିଲା ।

ଏହାପରେ ମୋଟ ୪୧ ଜଣଙ୍କ ନମୁନାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଥିଲା । ଏବେ ହଷ୍ଟେଲରେ ୩୦୦ ଛାତ୍ରୀ ଥିବା ଜଣାପଡ଼ିଛି । ଆଜି ବଳକା ପିଲାଙ୍କ କୋଭିଡ଼ ପରୀକ୍ଷା କରାଯିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥୀ କହିଛନ୍ତି । କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକ ଚିକିତ୍ସା ଓ ପିଲାମାନଙ୍କ ଯତ୍ନ ନେବା ଲାଗି ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

Last Updated : Aug 5, 2022, 3:59 PM IST

ABOUT THE AUTHOR

...view details