ଓଡିଶା

odisha

ସୁଳିପଦରରେ ମା’ ମାଣିକେଶ୍ଵରୀଙ୍କ ନିଆରା ଦଶହରା ପାଳିତ

By

Published : Oct 5, 2022, 8:53 PM IST

ରାୟଗଡ଼ା ଜିଲ୍ଲା ସୁଳିପଦର ଗାଁରେ ମା’ ମାଣିକେଶ୍ଵରୀଙ୍କ ନିଆରା ଦଶହରା ପର୍ବ ଅନୁଷ୍ଠିତ ହୋଇଯାଇଛି । ମାଣିକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଆଜି ସ୍ଵତନ୍ତ୍ର ବିଧାନରେ ପୂଜାର୍ଚ୍ଚନା ସହ ଝାମୁଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ

ସୁଳିପଦରରେ ମାଆ ମାଣିକେଶ୍ଵରୀଙ୍କ ନିଆରା ଦଶହରା ପାଳିତ
ସୁଳିପଦରରେ ମାଆ ମାଣିକେଶ୍ଵରୀଙ୍କ ନିଆରା ଦଶହରା ପାଳିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ସୁଳିପଦର ଗାଁରେ ମାଆ ମାଣିକେଶ୍ଵରୀଙ୍କ ନିଆରା ଦଶହରା ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଣିକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ସ୍ଵତନ୍ତ୍ର ବିଧାନରେ ପୂଜାର୍ଚ୍ଚନା ସହ ଝାମୁଯାତ୍ରା ହୋଇଥିଲା । ଜୟପୁର ରାଜା ବିକ୍ରମ ଦେବ ସିଂହଙ୍କ ରାଜୁତି ସମୟରେ କଲ୍ୟାଣସିଂହପୁର ଠାରେ ରାଜା କଲ୍ୟାଣ ଦେବଙ୍କ ରାଜୁତି ଚାଲିଥିବା ସମୟରେ ମା’ଙ୍କର ଆର୍ବିଭାବ ହୋଇଥିଲା।

ସୁଳିପଦରରେ ମାଆ ମାଣିକେଶ୍ଵରୀଙ୍କ ନିଆରା ଦଶହରା ପାଳିତ

ସେହି ଦିନ ଠାରୁ ସୁଳିପଦର ଗାଁରେ ମାଆଙ୍କର ମନ୍ଦିର ସ୍ଥାପନ କରି ପୂଜାର୍ଚ୍ଚନା ହୋଇଆସୁଛି । ତେଣୁ ପ୍ରତିବର୍ଷ ଭଳି ଚଳିତ ଭାଦ୍ରବ ମାସ ଦ୍ଵାଦଶ ତିଥି ନବାନ୍ନସହ ବିଜୟା ଦଶମୀରେ ମନ୍ଦିର ପ୍ରାଙ୍ଗଣରେ ଝାମୁ ଯାତ୍ରା ବା ଅଗ୍ନି ଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଜୟା ଦଶମୀରେ ମାଁ ମାଣିକେଶ୍ୱରୀ ଓ ଭୈରବ ଦେବଙ୍କ ପୂଜକ ନିକଟସ୍ଥ ଏକ ଝରଣାରୁ ବାଲି ସଂଗ୍ରହ କରିଥାନ୍ତି ।

ପରେ ସେହି ବାଲିରେ ମକା, ମାଣ୍ଡିଆ, ଧାନ, କାନ୍ଦୁଲ ଆଦି ଶଷ୍ୟ ଗଜା ପାଇଁ ପୋତାଯାଇ ଭୈରବ ଦେବଙ୍କ ପୀଠରେ ରଖାଯାଇଥାଏ । ଏହି ଯାତ୍ରା ଦେଖିବାକୁ କଲ୍ୟାଣସିଂହପୁର ବ୍ଲକ ସମେତ କଳାହାଣ୍ଡି କୋରାପୁଟ ଏପରିକି ଆନ୍ଧ୍ରପ୍ରଦେଶରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।

ବିଷ୍ଣୁ ପ୍ରାସ୍କା ମୁଖ୍ୟ ପୂଜକଙ୍କ ତତ୍ତ୍ଵାବଧାନରେ ଏବଂ ଗାଁ ଲୋକଙ୍କ ମିଳିତ ସହଯୋଗରେ ପାଳନ ହୋଇଥିଲା ମାଣିକେଶ୍ଵରୀଙ୍କ ନିଆରା ଦଶହରା । ହଜାରହଜାର ଭକ୍ତଙ୍କ ଗହଣରେ ପାରମ୍ପାରିକ ବାଦ୍ୟରେ ଝୁମିଥିଲା ମାଣିକେଶ୍ଵରୀଙ୍କ ଦଶହରା ପର୍ବ । ଏଥିରେ ପୂଜକଙ୍କ ଦ୍ଵାରା ନିଆଁରେ ଚାଲିବା ସହିତ କଣ୍ଟା ଦୋଳିରେ ଝୁଲିବା ଦେବୀଙ୍କ ମହିମାକୁ ସ୍ପଷ୍ଟ ପ୍ରମାଣିତ କରୁଛି ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details