ଓଡିଶା

odisha

ନାଇରା ଗୁଳିକାଣ୍ଡ ପର୍ଦ୍ଦାଫାସ, ଦୁଇ ସ୍ତ୍ରୀ ଓ ଶାଶୁ ଦେଇଥିଲେ ସୁପାରି

By

Published : Mar 17, 2021, 10:42 PM IST

ନାଇରା ଗୁଳିକାଣ୍ଡର ପର୍ଦ୍ଦାଫାସ କରିଛି ଗୁଡରି ପୁଲିସ । ଦୁଇ ସ୍ତ୍ରୀ ଓ ଶାଶୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଅଧିକ ପଢନ୍ତୁ....

ନାଇରାରେ ଗୁଳିକରି ହତ୍ୟା ଘଟଣାର 8 ଗିରଫ , ଦୁଇ ସ୍ତ୍ରୀ ଓ ଶାଶୁ ସୁପାରି ଦେଇ କରାଇଥିଲେ ହତ୍ୟା
ନାଇରାରେ ଗୁଳିକରି ହତ୍ୟା ଘଟଣାର 8 ଗିରଫ , ଦୁଇ ସ୍ତ୍ରୀ ଓ ଶାଶୁ ସୁପାରି ଦେଇ କରାଇଥିଲେ ହତ୍ୟା

ରାୟଗଡା: ନାଇରା ଗୁଳିକାଣ୍ଡର ଫର୍ଦ୍ଦଫାଶ କରିଛି ଗୁଡରି ପୁଲିସ । ଦୁଇ ସ୍ତ୍ରୀ ଓ ଶାଶୁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସୁପାରୀ ଦେଇ ହତ୍ୟାକାଣ୍ଡ ଭିଆଇଥିଲେ ବୋଲି ଜଣାପଡିଛି । ପାରିବାରିକ କନ୍ଦଳ ପରିଣାମ ସ୍ବରୂପ ନିଜ ସ୍ବାମୀ ତଥା ଜ୍ଵାଇଁ ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ ସ୍ତ୍ରୀ ଓ ଶାଶୁ । ହତ୍ୟା କରି ଖସି ଯିବାକୁ ଉଦ୍ୟାମ କରି ଶେଷରେ ପୁଲିସ ହାତରେ ଧରାପଡିଛନ୍ତି ଅଭିଯୁକ୍ତ ।

ନାଇରାରେ ଗୁଳିକରି ହତ୍ୟା ଘଟଣାର 8 ଗିରଫ , ଦୁଇ ସ୍ତ୍ରୀ ଓ ଶାଶୁ ସୁପାରି ଦେଇ କରାଇଥିଲେ ହତ୍ୟା

ଗତ ରବିବାର ଦିନ ଗୁଡରି ଥାନା ଅନ୍ତର୍ଗତ ନାଇରା ଗ୍ରାମର ହରିଜନ କୋଲନିରେ ବିଳମ୍ବିତ ରାତ୍ରରେ ଗୁଳିକରି କିରଣ ଗାଣ୍ଟା ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରଯାଇଥିଲା । ମୃତ କିରଣ ଅଧିକାଂଶ ସମୟରେ ମଦ୍ୟପାନ କରି ପରିବାର ଭିତରେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ଜୀବନରେ ମାରିଦେବାକୁ ଷଡଷନ୍ତ୍ର ରଚିଥିଲେ ଦୁଇ ସ୍ତ୍ରୀ ଏବଂ ଶାଶୁ । ମୃତ କିରଣର ଶାଶୁ ବିରାଜିନୀ କରାଡ ଗତକିଛି ମାସ ହେଲା ହତ୍ୟା କରିବାକୁ ଯୋଜନା କରି ଗୁଡାରୀ ଥାନା ଅନ୍ତର୍ଗତ ପୂଜାବିଲ ଗ୍ରାମର ନିଳାମ୍ବରକୁ ୨୦ହଜାର ଟଙ୍କା ଦେବା ପାଇଁ ସ୍ଥିର କରାଯାଇଥିଲା । ତାପରେ ହତ୍ୟାକାଣ୍ଡର ବ୍ଲୁପିଣ୍ଟ ପ୍ରସ୍ତୁତ ହୋଇଥିଲା । ନିଳାମ୍ବର ସହଯୋଗୀ ତଟାଗୁଡା ଗ୍ରାମର ଦାସୁ ବିଡିକା, ପପିଖାଲ ଗ୍ରାମର ମଧୁସୁଦନ ହିକାବାଡି ମିଳିତ ଋଣନୀତିରେ କରି ଅନ୍ୟ ସହଯୋଗୀ ଚନ୍ଦ୍ରପୁର ବ୍ଲକର ଶିରିପଦର ଗ୍ରାମର ଆନ୍ଦିୟ ଗାଡାକା, ପାପିଖାଲ ଗ୍ରାମର ପିଣ୍ଟୁ ହିକାବାଡି ଉକ୍ତ ୫ଜଣ ମିଶି ଏହି ହତ୍ୟାକାଣ୍ଡକୁ ରୂପ ଦେଇଥିଲେ ।

କିରଣ ଶୋଇଥିବା ଅବସ୍ଥାରେ ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରାଯାଇଥିବା ପୋଲସି ତଦନ୍ତରୁ ସ୍ପଷ୍ଟ ହୋଇଛି । ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୪ଟି ମୋବାଇଲ, ଏକ ବାଇକ, ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକ ଆଦି ସାମଗ୍ରୀକୁ ପୁଲିସ ଜବତ କରିବା ସହ ଗୁଣପୁର ଏସଡିଜେଏମଙ୍କ କୋଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ୮ ଅଭିଯୁକ୍ତଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦିଆଯାଇଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details