ଓଡିଶା

odisha

ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ମର୍ଚ୍ଚିକୋଟ ଛକଠାରେ ଯୁବକଙ୍କୁ ଛୁରା ମାଡ

By

Published : Jan 26, 2023, 10:58 PM IST

ଶ୍ରୀମନ୍ଦିର ଠାରୁ ମାତ୍ର 100 ମିଟର ଦୂର ବଡଦାଣ୍ଡର ମର୍ଚ୍ଚିକୋଟ ଛକ ଠାରେ ଯୁବକଙ୍କୁ ଛୁରାମାଡ । ଅଧିକ ପଢନ୍ତୁ

ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ
ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ

ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ

ପୁରୀ:ପୁରୀରେ ଦୁର୍ବୁତ୍ତଙ୍କ ଆତଙ୍କରାଜ। ଶ୍ରୀମନ୍ଦିର ଠାରୁ ମାତ୍ର 100 ମିଟର ଦୂର ବଡଦାଣ୍ଡର ମର୍ଚ୍ଚିକୋଟ ଛକ ଠାରେ ଯୁବକଙ୍କୁ ଛୁରା ମାଡ। ପୋଲିସ ଉପସ୍ଥିତି ରେ ଛୁରା ମାଡ କରି ଦୁର୍ବୃତ୍ତ ଚମ୍ପଟ୍ ମାରିଛନ୍ତି। ତେବେ ଗୁରୁତର ଯୁବକ ହେଲେ ଚୁଡଙ୍ଗ ସାହି ରାଧା ଗୋବିନ୍ଦ ଲେନର ଦିନେଶ ଖୁଣ୍ଟିଆ ବୋଲି ଜଣାପଡିଛି । ତେବେ ଦିନେଶଙ୍କ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଦିନେଶକୁ ଭର୍ତ୍ତି କରାଯାଇଥିଲା। ହେଲେ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଦିନେଶକୁ ଡାକ୍ତର କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ତେବେ ଶ୍ରୀମନ୍ଦିର ନିକଟ ବଡ ଦାଣ୍ଡ ରେ ପୋଲିସ୍ ଉପସ୍ଥିତି ରେ ଛୁରାମାଡ ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ସେହିପରି ଭକ୍ତ ଓ ପର୍ଯ୍ୟଟକ ଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ପୁରୀ ପୋଲିସ୍ କୁ ଅପରାଧୀଙ୍କ ଆଉ ଯମାବି ଖାତିର ନ ଥିବା ଚର୍ଚ୍ଚା ହେଉଛି। ତେବେ ଛୁରା ମାଡ ଘଟଣା ର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ପୂର୍ବ ଶତ୍ରୁତା କୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୁରୀ ବଡ ଦାଣ୍ଡ ରେ ଅପରାଧୀ ଙ୍କ ଖୁଲମ ଖୁଲା ଆତଙ୍କ ରାଜ ଭୟର ବାତାବରଣ ଖେଳାଇ ଦେଇଛି। ସବୁଠୁ ରୋଚକ ଘଟଣା ହେଉଛି ଛୁରା ମାଡ ହୋଇ ଥିବା ସ୍ଥାନ ଟି ପୁରୀ ସିଂହ ଦ୍ୱାର ଥାନା ରୁ 50 ମିଟରର ଦୂରତା। ମରିଚି କୋଟ ଛକ ରେ ସବୁବେଳେ ପୋଲିସ୍ ଡ୍ୟୁଟିରେ ରହିବା ସହ ଦୁଇ ଦୁଇଟି ଥାନା ଥିବା ବେଳେ ଅପରାଧୀ ଛୁରା ମାଡ କରି ଆତଙ୍କରାଜ କରିବା ପୁରୀ ପୋଲିସ୍ କୁ ଏକ ପ୍ରକାର ଚାଲେଞ୍ଜ ଦେଇଛନ୍ତି ଅପରାଧୀ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details