ଓଡିଶା

odisha

ଦାଦନ ଶ୍ରମିକ ଦଲାଲଙ୍କୁ ନାହିଁ ନିସ୍ତାର, ଗିରଫ ହେଲେ 16

By

Published : Oct 12, 2019, 6:49 PM IST

ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି 16 ଜଣ ଶ୍ରମିକ ଦଲାଲଙ୍କୁ ଗିରଫ କରିଛି । ନୂଆପଡା ଏସପି ବୀନିତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ............

ଫଟୋ ସୌଜନ୍ୟ : ପ୍ରତିନିଧି, ନୂଆପଡା

ନୂଆପଡା: ଏସପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ବଡ ଖୁଲାସା କରିଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 16 ଜଣ ଦାଦନ ଶ୍ରମିକ ଦଲାଲକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କାରାଯାଇଛି ।

ନୂଆପୋଡା ଏସପିଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ କରି ଦାଦନ ଶ୍ରମିକ ଚାଲାଣକାରୀଙ୍କୁ ଗିରଫ କରିଛି । ଜିଲ୍ଲାର ପାଞ୍ଚଟି ଥାନା ଅଞ୍ଚଳରେ ଚଢାଉ କରାଯାଇଥିଲା । ଗିରଫ ଶ୍ରମିକ ଚାଲାଣକାରୀ ମାନେ ହେଲେ କୁନାଲ ତାଣ୍ଡି , ହିତେଶ କୁମାର , ପରମାନନ୍ଦ ମେହେର , ନରେନ୍ଦ୍ର ସିଂ ଠାକୁର, ଅଭିରାମ ପଟେଲ , ନିରଞ୍ଜନ ଗହୀର, ମୁକେଶ ଚନ୍ଦ୍ରକାର, ଲଷ୍ମୀ ନାରାୟଣ ଚନ୍ଦ୍ରକାର, ମୁଜିନ ଖାଁ ଓ ଅଜୟ କୁମାର ସାହୁ ।

ସୂଚନ ଅନୁଯାୟୀ ଗତ କିଛିଦିନ ତଳେ ଟିକ୍ରାପଡ଼ା ଗାଁର ଦାଦନ ଶ୍ରମିକ ଚମରୁ ପହରିଆର ହାତ ଏବଂ ଗୋଡ଼ର ଆଙ୍ଗୁଳି କାଟିଦେଇଛନ୍ତି ଦଲାଲ । ଶ୍ରମିକ ଦଲାଲ ଡୋଳାମଣି ସତନାମୀ ଏବଂ ବିଦେଶୀ ସୁନାନୀ ନାମରେ କୋମନା ଥାନାରେ ଅଭିଯୋଗ ହୋଇଛି । ଶ୍ରମିକର ଏଭଳି ଦୁଃଖଦ ଘଟଣାକୁ ଜିଲ୍ଲାବ୍ୟାପୀ ନିନ୍ଦା କରାଯାଇଛି । ଘଟଣାକୁ ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନର ଧମକ ଦେଇଛନ୍ତି । ଏହାପରେ ନୂଆପଡା ପୋଲିସ ପ୍ରଶାସନ ଚେଇଁ ଉଠି ଆକ୍ସନ ମୋଡ଼କୁ ଆସିଛି । ଆଗକୁ ନୂଆପଡା ଜିଲ୍ଲାର ଦାଦନ ଶ୍ରମିକଙ୍କୁ ପୋଲିସ ଏବଂ ଜିଲ୍ଲାପ୍ରଶାସନ କେତେ ସୁରକ୍ଷା ଦେଉଛି ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details