ଓଡିଶା

odisha

ଗ୍ରାମବାସୀଙ୍କ ହାତରେ ବନ୍ଧା ପଡିଲେ ଫରେଷ୍ଟ ଗାର୍ଡ

By

Published : Feb 12, 2020, 7:22 PM IST

ଲାଲଗଡରେ ବନ୍ଧା ପଡିଲେ ଫରେଷ୍ଟ ଗାର୍ଡ । ତାଙ୍କୁ ଉଦ୍ଧାର କରିବା ପାଇଁ ବୋଡେନ ପୋଲିସ  ଓ ବନ ବିଭାଗ ପକ୍ଷରୁ  ଉଦ୍ୟମ ଜାରି । ଅଧିକ ପଢନ୍ତୁ...

forest guard abducted by villagers
ବନ୍ଧା ପଡିଲେ ଫରେଷ୍ଟ ଗାର୍ଡ


ନୂଆପଡା:ଲାଲଗଡରେ ବନ୍ଧା ପଡିଲେ ଫରେଷ୍ଟ ଗାର୍ଡ। ଏଭଳି ଅଭିଯୋଗ ଆସିଛି ନୂଆପଡାରୁ। ଫରେଷ୍ଟ ଗାର୍ଡଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାର ବୋଡେନ ପୋଲିସ ଓ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି। ନୂଆପଡାର କପଟିଆମ୍ ଓ ପାଟଦରା ଅଞ୍ଚଳରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି। ଫସଲ କ୍ଷତି ବାବଦକୁ ସ୍ଥାନୀୟ ଚାଷୀ ବନ ବିଭାଗ ପକ୍ଷରୁ କ୍ଷତି ପୂରଣ ସହାୟତା ଦୀର୍ଘ ଦିନ ହେଲା ପାଇ ନାହାଁନ୍ତି। ମାଓବାଦୀ ଇଲାକା କୁହାଯାଉଥିବା କପଟିଆମ ଓ ପାଟଦରା ଗାଁକୁ ଡ୍ୟୁଟିରେ ଯାଇଥିବା ଫରେଷ୍ଟ ଗାର୍ଡଙ୍କୁ ଗ୍ରାମବାସୀ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ଏହି ଅଞ୍ଚଳ ମାଓବାଦୀଙ୍କ ଗଡ ହୋଇଥିବାରୁ ଫରେଷ୍ଟ ଗାର୍ଡଙ୍କୁ ଉଦ୍ଧାର କରିବାରେ ସମସ୍ୟା ଦେଖାଯାଉଛି।

ବନ୍ଧା ପଡିଲେ ଫରେଷ୍ଟ ଗାର୍ଡ
ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details