ଓଡିଶା

odisha

Etv Bharat Impact; ବାଜିଲା ଖବର, ଲଳିତାଙ୍କୁ ମିଳିଲା ସହାୟତା

By

Published : Nov 17, 2021, 8:57 PM IST

ଅସହାୟ ଲଳିତା ପାଖରେ ପହଞ୍ଚିଲା ସହାୟତା । ଇଟିିଭି ଭାରତରେ ପ୍ରସାରଣ ପରେ ସହାୟତାର ହାତ ବଢାଇଲେ ନୂଆପଡା ଜିଲ୍ଲା ଖଡିଆଳ ଥାନା ଆଇଆଇସି । ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat Impact Orphan girl Lalita Harpal get help
ଖବର ପ୍ରସାରଣ ପରେ ଲଳିତାକୁ ସହାୟତା କଲେ ଖଡିଆଳ ଥାନା ଆଇଆଇସି

ନୂଆପଡା: ଇଟିଭି ଭାରତର ପ୍ରଭାବ । ମା’ ବାପାଙ୍କୁ ହରାଇଥିବା ଯୁବତୀ ଲଳିତାଙ୍କ ପାଖରେ ପହଞ୍ଚିଲା ସହାୟତା । ଇଟିଭି ଭାରତରେ ଖବର ଦେଖିବା ପରେ ଖଡ଼ିଆଳ ଥାନା ଆଇଆଇସି କୈଳାସ ଚନ୍ଦ୍ର ସେଠୀ ଲଳିତାଙ୍କୁ ସହାୟତାର ହାତ ବଢାଇଛନ୍ତି । ଚଳିତ ସପ୍ତାହରେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଗ୍ରାମର ମା ବାପା ଛେଉଣ୍ଡ 28 ବର୍ଷିୟା ଅସହାୟ ଯୁବତୀ ଲଳିତା ହରପାଲଙ୍କ ଦୁଃଖ ଦୁର୍ଦ୍ଦଶାକୁ ନେଇ ଇଟିଭି ଭାରତରେ ଖବର ପ୍ରସାରଣ ହୋଇଥିଲା ।

ଖବର ପ୍ରସାରଣ ପରେ ଲଳିତାକୁ ସହାୟତା କଲେ ଖଡିଆଳ ଥାନା ଆଇଆଇସି

ଏହା ମଧ୍ୟ ପଢନ୍ତୁ;କାହା ପାଇଁ ସରକାରୀ ଯୋଜନା ? ଭଙ୍ଗା ଘରେ ବିତୁଛି ଜୀବନ, ପ୍ରଶାସନକୁ ଶୁଭୁନି ଲଳିତାଙ୍କ ଡାକ

ରାଣୀପୁର ଗାଁର ଅସହାୟ ଯୁବତୀ ଲଳିତା ହରପାଲଙ୍କ ବାପା ସ୍ବର୍ଗତ ଗଜେନ୍ଦ୍ର ହରପାଲ ମାଆ ସ୍ବର୍ଗତ କୌଶଲ୍ୟା ହରପାଲ ଅଜଣା ରୋଗରେ ପୀଡିତ ହୋଇ ଆଜକୁ 20ବର୍ଷ ପୂର୍ବେ ଲଲିତାକୁ ଏକା କରି ଆରପାରିକୁ ଚାଲିଗଲେ । ସେହି ଦିନଠାରୁ ଲଳିତା ଭଙ୍ଗା ଦଦରା କୁଡ଼ିଆ ଘରେ ଦିନରେ ଖରା ରାତିରେ ତାରା ଦେଖି ଦୁର୍ବିସହ ଜୀବନ କାଟୁଛି । ଅଭାବ ଅନାଟନ ମଧ୍ୟରେ ଲଳିତା ଓଳିଏ ଖାଇଲେ ଓଳିଏ ଉପବାସ ରହି ଆସୁଛି । ଏହି ଖବର ଇଟିଭି ଭାରତରେ ପ୍ରସାରଣ ହେବାପରେ ମାନବିକତାର ପରିଚୟ ଦେଇଛନ୍ତି ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠୀ । ଆଜି ଅସହାୟ ଲଲିତା ପାଖକୁ ପହଞ୍ଚି ତାର ଦୁଃଖ କଷ୍ଟ ପଚାରି ବୁଝିଛନ୍ତି ।

ଲଳିତାର ଦୁଃଖରେ ସମଦୁଃଖୀ ହୋଇ ଏକ ମାସର ରାସନ ସାମଗ୍ରୀ ଡ୍ରେସ,କମ୍ବଳ, ବିସ୍କୁଟ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଖ଼ଡିଆଳ ଥାନା ଆଇଆଇସି । ଏଭଳି ଖବର ମୋ ଦୃଷ୍ଟିକୁ ଆସିଥିବାରୁ ଇଟିଭି ଭାରତକୁ ଧନ୍ୟବାଦ ଜଣାଇଛନ୍ତି ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details