ଓଡିଶା

odisha

ରାସ୍ତା ପାର୍‌ ହେଉଥିବାବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

By

Published : Oct 2, 2022, 5:51 PM IST

Updated : Oct 2, 2022, 6:38 PM IST

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ । ରାସ୍ତା ପାର୍ ହେଉଥିବାବେଳେ ଦୁର୍ଘଟଣା । ଗାଡ଼ି ଧକ୍କାରେ ଚାଲିଗଲା ଜୀବନ । ଅଧିକ ପଢ଼ନ୍ତୁ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ନୟାଗଡ଼:ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ (Man died in road accident)। ଚାଲିଗଲା ଏକ ନୀରିହ ଜୀବନ(road accident at Nayagarh)। ତେବେ ମୃତ ଯୁବକଙ୍କ ପରିଚୟ ଏଯାବତ ସଠିକ୍ ଭାବେ ମିଳିନଥିବାବେଳେ, ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମସ୍କାବାଡ଼ି ଗାଁର ବୋଲି ଜଣାପଡ଼ିଛି । ଯୁବକ ଜଣକ ରାସ୍ତା ପାର୍ ହେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।

ରାସ୍ତା ପାର୍‌ ହେଉଥିବାବେଳେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ସୂଚନାନୁସାରେ ଆଜି ଯୁବକ ଜଣକ ଇଟାମାଟି ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥର ମଜୁରିଆ ପଲ୍ଲୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଯାଉଥିଲେ । ଆରପଟକୁ ଯିବା ପାଇଁ ଯୁବକ ଜଣକ ପାର୍ ହେଉଥିଲେ ରାସ୍ତା । ସେହି ସମୟରେ ଏକ ଅଜଣା ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା । ଏହି ଘଟଣାରେ ଗୁରୁତର ଭାବେ ଆହତ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଯୁବକ ଜଣକ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ହେଲେ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଇଟାମାଟି ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାଉଚରା କରିଥିଲା । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଏହି ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଜୀବନ ହାନି ଘଟୁଛି (road accident) l ଗତକାଲି(ଶନିବାର) ଅପରାହ୍ନରେ ମଧ୍ୟ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏକ ବାଇକକୁ ପଛରୁ ପିଟିଥିଲା ବସ । ଏଥିରେ ବାଇକ ଆରୋହୀଙ୍କ ସମେତ ପଛରେ ବସିଥିବା ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ ।

ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ବସକୁ ଅଟକ ରଖି ଲୋକେ ରାଜପଥ ଅବରୋଧ କରିଥିଲେ । ପରେ ପୋଲିସ ପହଁଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ତେଣୁ ନିୟମିତ ଭାବେ ହେଉଥିବା ସଡ଼କ ଦୁର୍ଘଟଣାର ସମାଧାନ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

ଇଟିଭି ଭାରତ, ନୟାଗଡ଼

Last Updated : Oct 2, 2022, 6:38 PM IST

ABOUT THE AUTHOR

...view details