ଓଡିଶା

odisha

କିନ୍ନରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

By

Published : Apr 25, 2022, 9:33 PM IST

ନୟାଗଡ଼ ରାମେଶ୍ୱର ସାହିରେ କିନ୍ନରଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢ଼ନ୍ତୁ

କିନ୍ନରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
କିନ୍ନରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୟାଗଡ଼: କିନ୍ନରଙ୍କ ସନ୍ଦେହ ଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଘଟଣା ଘଟିଛି ନୟାଗଡ଼ ରାମେଶ୍ୱର ସାହିରେ । ଏକ ବନ୍ଦ କୋଠରୀରେ କିନ୍ନରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି । ଏହାକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

କିନ୍ନରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ତେବେ ମୃତ କିନ୍ନରଙ୍କ ନାମ ବିଜୟ କୁମାର ମଲ୍ଲିକ ବୋଲି ଜଣାପଡ଼ିଛି । କିନ୍ନର ଜଣକ ଏକ ନାଚ ପାର୍ଟିରେ କାର୍ଯ୍ୟ କରୁଥିଲେ । ନାଚ ପାର୍ଟି ଛାଡ଼ି ଘରକୁ ଚାଲି ଆସିଥିବାରୁ ମାଲିକଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେବେ ଘଟଣାସ୍ଥଳରେ ନୟାଗଡ଼ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଚାଲୁ ରଖିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।


ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details