ନୟାଗଡ଼ :ବୟସର ଅପରାହ୍ନ ସମୟରେ ବାଧକ ସାଜିଛି ଦୁସାଧ୍ୟ ରୋଗ । ଦୀର୍ଘ ଏକ ବର୍ଷ ଧରି କର୍କଟ ରୋଗରେ ଯନ୍ତ୍ରଣା ପାଉଛନ୍ତି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଡ଼ିମିରିପଲ୍ଲୀ ଗାଁର ସ୍ବର୍ଗତ ଦୁର୍ଯ୍ୟୋଧନ ମଲିକଙ୍କ ପତ୍ନୀ ବାଉରୀ ମଲିକ । ତେବେ ଆର୍ଥିତ ସ୍ବଚ୍ଛଲତା ନଥିବା କାରଣରୁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ବାଉରୀ । ଏପରି ସ୍ଥଳେ ସରକାରୀ ସହାୟତା ହିଁ ଏକମାତ୍ରା ସାହାରା ।
ବାଉରୀଙ୍କୁ ଆନୁମାନିକ ବୟସ 60 । ମୂଲ ଲାଗିଲେ ପରିବାର ଚଳେ l ସ୍ବାମୀ ଦୀର୍ଘ 15 ବର୍ଷ ପୂର୍ବେ ଆଖି ବୁଜିଥିଲେ l ବାଉରୀଙ୍କ ପରିବାର କହିଲେ ୨ ଝିଅ l ନିଜର ସମସ୍ତ ଦୁଃଖ ସୁଖର ସାଥି କେବଳ ବଡ ଝିଅ l ବାଉରୀଙ୍କ ମୁହଁରେ ପ୍ରଥମେ ଏକ ଘା' ହୋଇଥିଲା l ତାକୁ ଗୁରୁତ୍ବ ନ ଦେବାରୁ କାଳ କ୍ରମେ ତାହା ଦୀର୍ଘ ଦିନ ପରେ କର୍କଟ ରୋଗରେ ପରିଣତ ହୋଇଥିଲେ ।