ଓଡିଶା

odisha

ବସ୍-ଟ୍ରକ ଧକ୍କା: ଟ୍ରକ ଡ୍ରାଇଭର ମୃତ, 10ଆହତ

By

Published : Aug 15, 2019, 12:17 PM IST

ନୟାଗଡର ଇଟମାଟି ଥାନା ବାଉଁଶିଆପଡାରେ ଠାରେ ଗୁରୁବାର ସକାଳେ ବସ୍‌-ଟ୍ରକ ଧକ୍କା ହୋଇଛି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ମୃତ । ଏଥିସହ ‘ଓଁ ଶାନ୍ତି ବସ୍‌’ରେ ଥିବା ଯାତ୍ରୀଙ୍କ ମଧ୍ୟରୁ 10ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: ବସ୍-ଟ୍ରକ ଧକ୍କା । ନୟାଗଡର ଇଟମାଟି ଥାନା ବାଉଁଶିଆପଡାରେ ଠାରେ ଗୁରୁବାର ସକାଳେ ବସ୍‌ ଓ ଟ୍ରକ ଧକ୍କା ହୋଇଛି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ମୃତ। ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀବାହୀ ‘ଓଁ ଶାନ୍ତି ବସ୍‌’ରେ ଥିବା ଯାତ୍ରୀଙ୍କ ମଧ୍ୟରୁ 10ଜଣ ଆହତ ହୋଇଛନ୍ତି ।


ଫୁଲବାଣୀରୁ ଭୁବନେଶ୍ବର ଯାଉଥିବା ଓଁ ଶାନ୍ତି ବସ୍‌ ଗୁରୁବାର ସକାଳେ, ବାଉଁଶିଆପଡା ଠାରେ ଏକ ଟ୍ରକ ସହ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ମୃତ୍ୟୁ ହୋଇଥିଲା । ତେବେ ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ବସ୍‌ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ 10ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

ଦୁର୍ଘଟଣା କାରଣ ଜଣା ପଡିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଇଟମାଟି ପୋଲିସ ପହଞ୍ଚି ଉଭୟ ବସ୍‌ ଓ ଟ୍ରକ ଜବତ କରିଛି । ଅନ୍ୟ ଏକ ବସ୍‌ ସହାୟତାରେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି ।

କଟକରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details