ଓଡିଶା

odisha

ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ, ମାମଲା ରୁଜୁ

By

Published : Feb 16, 2021, 9:39 PM IST

ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଏପରି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିକିଲି ଗୌଡ଼ ସାହିରେ। ଚିକିତ୍ସାରତ ସମୟରେ ହିଁ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ, ମାମଲା ରୁଜୁ
ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ, ମାମଲା ରୁଜୁ

ନବରଙ୍ଗପୁର: ବିଷ ପିଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଅଭିଯୋଗ । ଏପରି ଅଘଟଣ ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିକିଲି ଗୌଡ଼ ସାହିରେ। ଚିକିଲି ଗୌଡ଼ ସାହି ଗ୍ରାମର ଖାମସିଂ ଗୌଡ଼ ସାନ ପୁଅ ଇନ୍ଦ୍ର ଗୌଡ଼ ଓ ଜୟସିଂ ଗୌଡ଼ଙ୍କ ସାନ ଝିଅ ଦୁତିକା ଗୌଡ଼ ଉଭୟ ଦୁଇ ଜଣ ପରସ୍ପରକୁ ଭଲପାଉଥିଲେ। ଏବଂ ୧୫ ଦିନ ତଳେ ପ୍ରେମିକ ଇନ୍ଦ୍ର ଗୌଡ଼ ପ୍ରେମିକା ଦୁତିକା ଗୌଡ଼କୁ ନିଜ ଘରକୁ ଆଣି ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ ।

ତେବେ ସବୁ ଠିକ ଠାକ ଚାଲୁଥିବା ବେଳେ ହଠାତ ଦୁଇ ଜଣ ବିଷ ପିଇ ଛଟପଟ ହେଉଥିବାର ପରିବାର ଲୋକେ ଦେଖିଥିଲେ। ଏବଂ ସଙ୍ଗେ ସଙ୍ଗେ ଏକ ଅଟୋ ଦ୍ବାରା ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାରତ ସମୟରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଉଭୟ ପୁଅ ପରିବାର ଏବଂ ଝିଅ ପରିବାର ଝରିଗାଁ ଥାନାରେ ଉଭୟ ପୁଅ ଓ ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ଝରିଗାଁ ପୋଲିସ ୬/୨୧ ଏବଂ ୭/୨୧ ଅପମୃତ୍ୟୁ ମାମଲା ରୁଜୁ ଲଗାଇ ତଦନ୍ତ ଜାରି ରଖିଛି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

...view details