ଓଡିଶା

odisha

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଚାପି ହୋଇ ଚାଳକ ଓ ହେଲପର ମୃତ

By

Published : May 15, 2021, 7:59 PM IST

ଓଲଟି ପଡିଲା ଟ୍ରାକ୍ଟର । ଚାପି ହୋଇ ଡ୍ରାଇଭର ଓ ହେଲପର ମୃତ । ଅଧିକ ପଢନ୍ତୁ....

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଚାପି ହୋଇ ଚାଳକ ଓ ହେଲପର ମୃତ
ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଚାପି ହୋଇ ଚାଳକ ଓ ହେଲପର ମୃତ

ରାଇରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ବାଉଁଶ ବୋଝେଇ ଟ୍ରାକ୍ଟର। ଟ୍ରାକ୍ଟର ଚାଳକ ଓ ହେଲପର ଦୁଇ ଜଣ ଚାପି ହୋଇ ପ୍ରାଣ ହରାଇଥିବା ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଇନ୍ଦୋଖୋଳି ଗ୍ରାମ ନିକଟସ୍ଥ ଇନ୍ଦଖୋଳି-ବହଳଦା ରାସ୍ତାରେ ଘଟିଛି ଦୁର୍ଘଟଣା ।

ସୂଚନା ଅନୁଯାୟୀ, କୁମ୍ଭୀରଦା ଗ୍ରାମରୁ ଟ୍ରାକ୍ଟରରେ ବାଉଁଶ ବୋଝେଇ କରି କାଙ୍କି ଗ୍ରାମକୁ ଯାଉଥିବା ସମୟରେ ଇନ୍ଦୋଖୋଳି ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଟ୍ରାକ୍ଟର। ଫଳରେ ଚାଳକ ଓ ହେଲପର ଦୁଇ ଜଣ ଟ୍ରାକ୍ଟର ତଳେ ଚାପି ହୋଇ ପ୍ରାଣ ହରାଇଥିଲେ।

ଘଟଣାସ୍ଥଳରେ ତିରିଂ ଥାନା ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁହିଁଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ପୋଲିସ ଉଭୟ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ମୃତ ଯୁବକ ଦ୍ବୟ ବହଳଦା ଥାନା କମ୍ଭୀରଦା ଗ୍ରାମ ଡଜର ସାହିର ଟ୍ରାକ୍ଟର ଚାଳକ ତଥା ମାଲିକ କଙ୍ଗେ ନାଏକ ଓ ହେଲପର ଜଣକ ସଲାମନ ନାଏକ ବୋଲି ଜଣାପଡିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା , ଇଟିଭି ଭାରତ

ABOUT THE AUTHOR

...view details