ଓଡିଶା

odisha

କୋରିଅର ପେଟିରୁ ବାହାରିଲା 6 ଫୁଟିଆ ନାଗ

By

Published : Aug 25, 2019, 1:04 AM IST

ରାଇରଙ୍ଗପୁର ସହରର ୫ନଂ ୱାର୍ଡର ମୃତ୍ୟୁ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିବା କୋରିଅର ପେଟିରୁ ନାଗ ସାପ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ସହରର ୫ ନଂ ୱାର୍ଡର ମୃତ୍ୟୁ କୁମାର ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିବା କୋରିଅର ପେଟିରୁ ନାଗ ସାପ ଉଦ୍ଧାର କରାଯାଇଛି । ରାଇରଙ୍ଗପୁର ଫରେଷ୍ଟ ଗାର୍ଡ ସେଠାରୁ ଛଅ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରି କୁଚେଇବୁଢୀ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର


ସୂଚନା ଅନୁଯାୟୀ, ମୃତ୍ୟୁ କୁମାର ପାଣି ପାଇପ ଲାଇନ ସମ୍ବନ୍ଧୀୟ ଜିନିଷ ବ୍ୟବସାୟ କରନ୍ତି। ତାଙ୍କ ପାଖକୁ କୋରିଅରରୁ କିଛି ସାମଗ୍ରୀ ଥିବା ପେଟି ଆସିଥିଲା। ପେଟି ଖୋଲିବା ମାତ୍ରେ ଏକ ନାଗ ସାପ ଦେଖି ଭୟଭୀତ ହୋଇ ଯାଇଥିଲେ। ଏ ନେଇ ସେ ତୁରନ୍ତ ରାଇରଙ୍ଗପୁର ବନବିଭାଗକୁ ଖବର ଦେଇଥିଲେ। ତେବେ ଖବର ପାଇ ଦୁଇ ଜଣ ଫରେଷ୍ଟ ଗାର୍ଡ ଆସି ସେଠାରୁ ଛଅ ଫୁଟ ଲମ୍ବର ନାଗ ସାପଟିକୁ ଉଦ୍ଧାର କରିଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details