ଓଡିଶା

odisha

ଚିତ୍ରକୋଣ୍ଡା ଥାନା ଉପରେ ଆକ୍ରମଣ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ: ମାଲକାନଗିରି ଏସପି

By

Published : Jun 21, 2022, 12:59 PM IST

Updated : Jun 21, 2022, 3:03 PM IST

ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ଘଟଣା । ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ସେପଟେ କଂଗ୍ରେସର ଥାନା ଉପରେ ଆକ୍ରମଣ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମାଲକାନଗିରି ଏସପି । ଅଧିକ ପଢନ୍ତୁ

ଚିତ୍ରକୋଣ୍ଡା ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା
ଚିତ୍ରକୋଣ୍ଡା ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅଞ୍ଚଳର ଆରଏସସି୧୩ ଗ୍ରାମରେ ରାତିଅଧିଆ ପୋଲିସ ପଶି ମହିଳାଙ୍କୁ ଆକ୍ରମଣ ଘଟଣା । ଏହାର ପ୍ରତିବାଦରେ କଂଗ୍ରେସ ସୋମବାର ଉକ୍ତ ଅଞ୍ଚଳରେ ବିରାଟ ଜନ ସମାଗମ ହୋଇ ଏକ ବୈଠକ ହୋଇଥିଲା । ବୈଠକରେ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା କରାଯାଇଥିବା ବେଳେ କିଛି ଲୋକେ ଚିତ୍ରକୁଣ୍ଡା ଥାନା ଉପରେ ଆକ୍ରମଣ କରିଥିଲେ । ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି । ସେପଟେ ଥାନା ଆକ୍ରମଣ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ନିତିଶ ବାଗବାନି ।

ଚିତ୍ରକୋଣ୍ଡା ଅଞ୍ଚଳରେ ମହିଳାଙ୍କୁ ଆକ୍ରମଣ ଘଟଣା, ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା

ମହିଳାଙ୍କୁ ଆକ୍ରମଣ ହୋଇଥିବା ଘଟଣାରେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏସପିଙ୍କୁ ଭେଟି ସମସ୍ତ ରିପୋର୍ଟ ପ୍ରଦାନ କରିଥିବା ବେଳେ ଆଜି ଚିତ୍ରକୋଣ୍ଡାରେ ଏହାକୁ ବିରୋଧ କରି ବିରାଟ ଜନସମାବେଶ ଅନୁଷ୍ଠିତ ହୋଇଥିଲା । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ଲୋକଙ୍କୁ ନେଇ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା ।

ଆରଏସସି-୧୩ ଗ୍ରାମରେ ପୋଲିସର ବର୍ବରତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଗଞ୍ଜେଇ ଧରିବା ନାଁରେ ନୀରିହ ଜନତାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ଉପସ୍ଥିତ କଂଗ୍ରେସର ନେତାମାନେ ମଧ୍ୟ ପୋଲିସର ଏହି ହିଂସାତ୍ମକ କାର୍ଯ୍ୟକଳାପ ନିନ୍ଦା କରିବା ସହ ଏନେଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦେଇଥିଲେ । ବୈଠକରେ ଶାନ୍ତିପୂର୍ଣ୍ଣ ଭାବେ ସମସ୍ତେ ରୁଣ୍ଡ ହୋଇ ନେତାଙ୍କ ଭାଷଣ ଶୁଣୁଥିଲେ । ଏହି ବୈଠକରେ ବିଭିନ୍ନ ଦାବି ମଧ୍ୟ ଉପସ୍ଥାପନା କରାଯାଇଥିଲା ।

ଏହା ବି ପଢନ୍ତୁ- ଚିତ୍ରକୋଣ୍ଡା ଥାନାରେ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା

ଯେପରିକି ପ୍ରତି ପଞ୍ଚାୟତରେ ଚାଷ ଜମିରେ ଜଳସେଚନର ସୁବିଧା କରିବା, ପ୍ରତି ଗାଁରେ ପାନୀୟ ଜଳର ସୁବିଧା କରିବା, ଗାଁରେ ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା କରିବା, ଟେମ୍ପେରାରୀ କଲୋନୀ ଠାରୁ ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉ । ଚିତ୍ରକୋଣ୍ଡା ଗେଟ ଛକ ଠାରୁ ଗୁଣ୍ଠାଵାଡା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ କରାଯାଉ । ଘରଡିହ ଓ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଉ । ଜାତିଗତ ପ୍ରମାଣ ପତ୍ର ବଣ୍ଟନ କରାଯାଉ । ଭଗ୍ନ ଅବସ୍ଥାରେ ଥିବା ଅଙ୍ଗନବାଡି ଏବଂ ଶିକ୍ଷାକେନ୍ଦ୍ର ଗୁଡିକୁ ତୁରନ୍ତ ମରାମତି କରିବା ପାଇଁ ଦାବି ହୋଇଥିଲା ।

ପରେ ନେତାଙ୍କ ଉତ୍ତେଜିତ ଭାଷଣରେ କିଛି ଲୋକ ବ୍ଲକ କାର୍ଯ୍ୟାଳୟରେ ରହିଥିବା ବେଳେ ଆଉ କିଛି ଲୋକ ଥାନାରେ ପଶି ଭଙ୍ଗାରୁଜା ଆରମ୍ଭ କରିଥିଲେ । ଥାନା ସମ୍ମୁଖରେ ଥିବା ବୋଲେରୋ ଗାଡିକୁ ମଧ୍ୟ ଭାଙ୍ଗିଥିଲେ । ଏପରିକି ଫୁଲକୁଣ୍ଡଗୁଡିକୁ ମଧ୍ୟ ଭାଙ୍ଗି ଚୁରମାର କରିଦେଇଥିଲେ । ଉତ୍ତ୍ୟକ୍ତ ଲୋକେ ଥାନାର ଚାରିପଟେ ଘେରି ପୋଲିସ ବିରୋଧରେ ସ୍ଲୋଗାନ ଦେଇ ଚାଲିଥିଲେ ।

ପୋଲିସର ଏଭଳି ଅତ୍ୟାଚାର ଏବଂ ବିଶେଷକରି ମହିଳାମାନଙ୍କୁ ଆକ୍ରମଣ କରିବା ଭୀରୁତାର ପରିଚୟ ବୋଲି କୁହାଯାଇଥିଲା । ଚିତ୍ରକୋଣ୍ଡା ଅଞ୍ଚଳର ହଜାର ହଜାର ଲୋକ ଏଭଳି ରୁଣ୍ଡ ହେବା ଆଗକୁ ପୁଣି ନକ୍ସଲଙ୍କୁ ଏହା ସୁହାଇବ ବୋଲି କୁହାଯାଇଛି । ତୁରନ୍ତ ଦୋଷୀ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଥିଲା । ଯେଉଁମାନେ ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମାଲକାନଗିରି ଏସପି ।

ଇଟିଭି ଭାରତ, ମାଲକାନଗିରି

Last Updated : Jun 21, 2022, 3:03 PM IST

ABOUT THE AUTHOR

...view details