ଓଡିଶା

odisha

ମାଲକାନଗିରି ଜିଲ୍ଲାରେ ସାମ୍ବାଦିକଙ୍କୁ କୋରୋନା ଟୀକା ପ୍ରଦାନ

By

Published : May 8, 2021, 7:56 PM IST

ଆଜି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷିତ ଜିଲ୍ଲାର ୭ଟି ବ୍ଲକ ଓ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କୁ କୋଭିଡ଼ ଟୀକା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

journalists in Malkangiri district get Corona virus-vaccine
ମାଲକାନଗିରି ଜିଲ୍ଲାରେ ସାମ୍ବାଦିକଙ୍କୁ କୋରୋନା ଟୀକା ପ୍ରଦାନ

ମାଲକାନଗିରି: ଆଜି(ଶନିବାର) ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷିତ ଜିଲ୍ଲାର ୭ଟି ବ୍ଲକ ଓ ଜିଲ୍ଲାସ୍ତରୀୟ ସାମ୍ବାଦିକଙ୍କୁ କୋଭିଡ଼ ଟୀକା ପ୍ରଦାନ କରାଯାଇଛି । ଏଠାରେ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଥିବା ବେଳେ ସ୍ଥାନୀୟ ବହୁ ଲୋକ ଟୀକା ଦିଆଯିବାର ଖବର ପାଇ ସେଠାରେ ପହଞ୍ଚି ଭିଡ଼ କରିଥିଲେ । ଫଳରେ ସାମ୍ବାଦିକଙ୍କୁ ଟୀକା ପ୍ରଦାନ କରିବାରେ ବିଳମ୍ବ ହୋଇଥିଲା । ତେବେ ଟାଉନ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପରେ ସ୍ଥିତି ସ୍ୱାଭାବିକ ହେବାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ମାଲକାନଗିରି ଜିଲ୍ଲାରେ ସାମ୍ବାଦିକଙ୍କୁ କୋରୋନା ଟୀକା ପ୍ରଦାନ

ଜିଲ୍ଳାର ମୋଟ 144ଜଣ ସାମ୍ବାଦିକଙ୍କୁ ଟୀକା ଦେବାର ତାଲିକା ପ୍ରସ୍ତୁତ ହୋଇଥିବାବେଳେ ବହୁ ସାମ୍ବାଦିକ ଯେଉଁମାନଙ୍କର ବୟସ ୪୫ରୁ ୬୦ ମଧ୍ୟରେ ସେମାନେ ସମସ୍ତେ ପ୍ରାୟତଃ ଟୀକା ନେଇ ସାରିଥିବାରୁ ଆଜି ମାତ୍ର 120ଜଣ ସାମ୍ବାଦିକ ଟୀକା ନେଇଥିଲେ ।

ସାମ୍ବାଦିକଙ୍କ ଟୀକାକରଣ ଶେଷ ପରେ ସାଧାରଣ ଲୋକଙ୍କୁ ମଧ୍ୟ ଦ୍ୱିତୀୟ ଡୋଜ୍ ଟୀକା ଦିଆ ଯାଇଥିଲା ।

ପ୍ରକାଶ ଥାଉ କି, ସରକାର ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରିବା ପରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ନିଗ୍ଧା ଚୌଧୁରୀ ତତ୍ତ୍ୱାବଧାନରେ ଆଜି ସାମ୍ବାଦିକଙ୍କ ଲାଗି ଟୀକା ଦେବାର ବ୍ୟବସ୍ଥା କରାଯାଇଥିଲା ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ABOUT THE AUTHOR

...view details