ମାଲକାନଗିରି:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟିଜନ୍ ଫୋରମର 7 ଜଣିଆ ଟିମ ଗସ୍ତ କରିଛନ୍ତି । ହସପିଟାଲର ବୁଲି ଦେଖିଲାପରେ ବିଭିନ୍ନ ସମସ୍ୟା ନେଇ ହସପିଟାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ । ପରେ ହସପିଟାଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲାପାଳଙ୍କୁ ଭେଟିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ସମସ୍ୟା ଲାଗି ରହିଛି । ହସପିଟାଲ ପାଇଁ ବର୍ଷକ ପୂର୍ବରୁ ଆସିଥିବା ସିଟିସ୍କାନର କାର୍ଯ୍ୟକ୍ଷମ ନ ହେବା ନେଇ ଦେଖାଯାଇଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ ସିଟିଜନ୍ ଫୋରମର ସଦସ୍ୟମାନେ । ହସ୍ପିଟାଲ କାଜୁଆଲିଟିରେ 20ଟି ବେଡ୍ ପରିବର୍ତ୍ତେ ଅଛି ମାତ୍ର 3ଟି ବେଡ୍ ଏବଂ ଏହାକୁ ଲାଗି ରହିଥିବା ଅଂଶୁଘାତ କକ୍ଷରେ 20ଟି ବେଡ୍ ପରିବର୍ତ୍ତେ ମାତ୍ର 2ଟି ବେଡ୍ ରହିଛି ।
କାଜୁଆଲିଟିର ଏଭଳି ସ୍ଥାନରେ ବେଡ୍ ବଢାଇବା ପରିବର୍ତ୍ତେ ଏହି ସ୍ଥାନରେ ଅସ୍ଥାୟୀ ଭାବେ କିଭଳି ସିଟିସ୍କାନ କାର୍ଯ୍ୟ ଗୃହ ନିର୍ମାଣ କରାଯାଉଛି । ଏବଂ ଏହି ସ୍ଥାନରେ ଛୋଟ ଛୋଟ କୋଠରୀକୁ ଭାଗ କରି ଅଂଶୁଘାତ ଚିକିତ୍ସା କକ୍ଷ କରାଯାଉଛି । ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ଏଠାରେ ତରବରିଆ ଭାବ କରାଯାଉଥିବା କମକୁ ତୁରନ୍ତ ବନ୍ଦ କରି ରେଡିଓଲୋଜି ଡିପାର୍ଟମେଣ୍ଟର ସ୍ଥାୟୀ ଗୃହ କରାଯାଉ ବୋଲି ଦାବି ରଖିଛନ୍ତି ସିଟିଜନ ଫୋରମର ସଦସ୍ୟ ।