ଓଡିଶା

odisha

କୋରାପୁଟରେ ଗୁଲାବର ତାଣ୍ଡବ: ଚାରିଟି ସ୍ଥାନରେ ଭୂସ୍ଖଳନ, 325 ଘର କ୍ଷତିଗ୍ରସ୍ତ

By

Published : Sep 27, 2021, 8:30 PM IST

ଚାରିଟି ସ୍ଥାନରେ ଭୂସ୍ଖଳନ ସହ ଅତି କମରେ 325 ଘର କ୍ଷତିଗ୍ରସ୍ତ କରି କୋରାପୁଟ ଛାଡିଲା ବାତ୍ୟା ଗୁଲାବ। ଅଧିକ ପଢନ୍ତୁ...

cyclone gulab affect in koraput
କୋରାପୁଟରେ ଗୁଲାବର ତାଣ୍ଡବ

କୋରାପୁଟ: ପ୍ରବଳ ବର୍ଷା ଏବଂ ପବନ ସହିତ ସାଧାରଣ ଜୀବନକୁ ପ୍ରଭାବିତ କରିବା ପରେ ଟ୍ରପିକାଲ୍ ସାଇକ୍ଲୋନ୍ ଗୁଲାବ ଆଜି କୋରାପୁଟ ଛାଡିଛି । ଏହି ଘୂର୍ଣ୍ଣିବଳୟ ଜନିତ ବର୍ଷା ଓ ପବନ ଯୋଗୁଁ କୋରାପୁଟ ଜିଲ୍ଲାରେ ଅତି କମରେ 325 ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ଏଡିଏମ ଦେବନ କୁମାର ପ୍ରଧାନ କହିଛନ୍ତି ।

କୋରାପୁଟରେ ଗୁଲାବର ତାଣ୍ଡବ

ବାତ୍ୟା ଗୁଲାବ ପ୍ରଭାବରେ ଜିଲ୍ଲାର 12ଟି ବ୍ଲକ ଏବଂ 2 ଟି ପୌରାଞ୍ଚଳରେ ଦେଖିବାକୁ ମିଳିଛି । ବିଶେଷ କରି ଜିଲ୍ଲାରେ ବାତ୍ୟା ଗୁଲାବ ପଟାଙ୍ଗୀ,କୋରାପୁଟ,ଜୟପୁର ପୌରାଞ୍ଚଳକୁ ପ୍ରଭାବିତ କରିଛି। ପଟ୍ଟାଙ୍ଗୀ ବ୍ଲକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ପଟ୍ଟାଙ୍ଗୀ ବ୍ଲକରେ ଥିବା ନଦୀଗୁଡ଼ିକରେ ଫ୍ଲାସ୍ ଫ୍ଲଡ଼ ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଧ୍ରପ୍ରଦେଶ ଓ ଓଡିଶାକୁ ଯୋଗାଯୋଗ କରୁଥିବା ପଟ୍ଟାଙ୍ଗି ବ୍ଲକର ରାଲେଗଡା ଏବଂ ସୁଙ୍କି ନିକଟସ୍ଥ 4 ଟି ସ୍ଥାନରେ ପାର୍ବତ୍ୟ ଜମି ରାସ୍ତା ଉପରକୁ ଖସିପଡିଛି। ଜାତୀୟ ରାଜପଥରେ ବ୍ରିଜ୍ ଉପର ଦେଇ ନଦୀଜଳ ପ୍ରବାହିତ ହେବା ସହ କାଦୁଅ ଏବଂ ଭୂସ୍ଖଳନର ପଥର ରାସ୍ତା ଉପରେ ପଡିରହିଥିବା ଯୋଗୁଁ ଦିନସାରା କୋରାପୁଟ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ସଡ଼କ ଯୋଗାଯୋଗ ଅବରୋଧ ହୋଇ ରହିଥିଲା । ଫଳରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଯାତାୟତ ଠପ ହୋଇଯାଇଥିଲା । ଜିଲ୍ଲ ଚାରିଟି ସ୍ଥାନରେ ଭୂସ୍ଖଳନ ସହ ଅତି କମରେ 325 ଘର କ୍ଷତିଗ୍ରସ୍ତ କରି ଗୁଲାବ ବାତ୍ୟା କୋରାପୁଟ ଛାଡିଛି ।

କୋରାପୁଟରେ ଗୁଲାବର ତାଣ୍ଡବ

ବାତ୍ୟା ଗୁଲାବକୁ ନେଇ ସତର୍କତା ମୂଳକ ଭାବେ ଜିଲ୍ଲା ପ୍ରଶାସନ ସମସ୍ତ 223 ବାତ୍ୟା ଆଶ୍ରୟସ୍ଥଳରେ 8321 ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ସେଠାରେ ମାଗଣା ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା । ରବିବାର ଠାରୁ ଜିଲ୍ଲାରେ NDRF, ODRF, ଅଗ୍ନିଶମ ସେବା ଦଳ ନିୟୋଜିତ କରାଯାଇଥିଲ। ଯେଉଁମାନେ ସାଧାରଣ ଲୋକଙ୍କ ଜୀବନକୁ ସ୍ବାଭାବିକ କରିବା ପାଇଁ ସମସ୍ତ ପଦକ୍ଷେପ ନେଇଥିଲେ। ସମ୍ମିଳିତ ପ୍ରୟାସର ଫଳସ୍ବରୂପ କୌଣସି ପ୍ରାଣହାନୀ ନ ଘଟି ବାତ୍ୟାକୁ ସଫଳତାର ସହ ସାମନା କରାଯାଇପାରିଥିବା ଉପଜିଲ୍ଲାପାଳ କହିଛନ୍ତି ।

କୋରାପୁଟର ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details