କୋରାପୁଟ:ଆଜିଠୁ (ବୁଧବାର) ସାରା ଦେଶରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଆରମ୍ଭ ହୋଇଛି କୋଭିଡ ପ୍ରତିଷେଧକ ଟିକା ଦେବା କାର୍ଯ୍ୟକ୍ରମ। ଏହି କ୍ରମରେ କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ତେବେ ଆସନ୍ତା ଦିନରେ ଜିଲ୍ଲା ତମାମ ଏହି ଟୀକାକରଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।
କୋରାପୁଟରେ ପିଲାଙ୍କ ପାଇଁ କୋଭିଡ଼ ଟୀକାକରଣ ଆରମ୍ଭ
କିଶୋରଙ୍କୁ ଟିକାକରଣରେ ଆଉ ପାଦେ ଆଗରେ ଓଡିଶା ରାଜ୍ୟ, ଆଜି କୋରାପୁଟ ସରକାରୀ ଉଚ୍ଚ ବିଦ୍ୟାଳୟରେ 12ରୁ 14 ବର୍ଷୀୟ କିଶୋରଙ୍କ ପାଇଁ ଟୀକାକରଣ । ଅଧିକ ପଢନ୍ତୁ
କୋରାପୁଟରେ ପିଲାଙ୍କ ପାଇଁ କୋଭିଡ଼ ଟୀକାକରଣ ଆରମ୍ଭ
ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ କହିବାନୁଯାୟୀ ଆଜି ବିଦ୍ୟାଳୟର ସପ୍ତମ ଓ ଅଷ୍ଟମ ଶ୍ରେଣୀର 150ରୁ ଊର୍ଦ୍ଧ୍ବ ସଂଖ୍ୟକ ପିଲାଙ୍କୁ ଟୀକାକରଣ କରିବାର ଲକ୍ଷ୍ୟ ରଖାଯାଇଛି । ତେବେ ଆଗକୁ ଏହି ବର୍ଗର ସମସ୍ତ ପିଲା ଟିକା ପାଇପାରିବେ ତାହାର ତାଲିକା ପ୍ରସ୍ତୁତ ସହ ଜିଲ୍ଲା ତମାମ ପ୍ରତେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ସୁବିଧା ଉପଲବ୍ଧ ହେବା ନେଇ ସୂଚନା ରହିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ