ଭୁବନେଶ୍ବର:ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ । ରାଜଧାନୀରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ ଉଦ୍ୟମ ପଣ୍ଡ ହୋଇଛି । ମଙ୍ଗଳବାର ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ୍ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରାଉ କରିବାକୁ କରାଯାଇଥିଲା । ଏହି ସମୟରେ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ କରିବାକୁ ଯୋଜନା କରିଥିଲେ ଉତ୍ତ୍ୟକ୍ତ ଛାତ୍ର । କଲେଜଗୁଡ଼ିକରେ ଦୀର୍ଘ ଦିନ ଧରି ନିର୍ବାଚନ ବନ୍ଦ ଥିବାରୁ ଅରାଜକତା ବୃଦ୍ଧି ପାଉଥିବା ଛାତ୍ର ଅଭିଯୋଗ କରି ଏହି ଘେରାଉ କରିବାକୁ ଚେଷ୍ଟା କରିଥିଲେ ।
ତେବେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ କରିବାକୁ ଯାଉଥିବା ବେଳେ ସେମାନଙ୍କଠାରୁ ଅଣ୍ଡା ଛଡ଼ାଇ ନେଇଥିଲା ପୋଲିସ । ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କଲେଜଗୁଡ଼ିକରେ ବିଜେଡି ଛାତ୍ରନେତା ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଯାହାଫଳରେ କଲେଜଗୁଡ଼ିକରେ ଅରାଜକତା ବୃଦ୍ଧି ପାଉଥିବାରୁ ଓଡ଼ିଶା ଷ୍ଟୁଡେଣ୍ଟସ୍ ଭଏସ୍ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଘେରାଉ କରାଯାଇଥିଲା ।