ଓଡିଶା

odisha

ଆବାସ ଯୋଜନାରେ ଲାଞ୍ଚ କାରବାର: ବ୍ଲକ ଉପାଧ୍ୟକ୍ଷଙ୍କ ନାଁରେ ଜିଲ୍ଲାପାଳଙ୍କୁ ଫେରାଦ

By

Published : May 19, 2022, 10:55 PM IST

ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ଆବାସ ଆଶାୟୀ ହିତାଧିକାରୀ । ଅଧିକ ପଢନ୍ତୁ

ଆବାସ ଯୋଜନାରେ ଲାଞ୍ଚ କାରବାର: ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ଜିଲ୍ଲାପାଳଙ୍କୁ ଫେରାଦ
ଆବାସ ଯୋଜନାରେ ଲାଞ୍ଚ କାରବାର: ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ଜିଲ୍ଲାପାଳଙ୍କୁ ଫେରାଦ

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ ଆବାସ ଆଶାୟୀ ହିତାଧିକାରୀ । ପ୍ରଧାନମନ୍ତ୍ରୀ ଆବାସ କରାଇଦେବା ନାଁରେ ଉପାଧ୍ୟକ୍ଷ ଟଙ୍କା ନେଇଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ହିତାଧିକାରୀ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲା ବୋଲଗଡ଼ ଗୋପାଳପୁର ପଞ୍ଚାୟତରୁ ।

ଆବାସ ଯୋଜନାରେ ଲାଞ୍ଚ କାରବାର: ବ୍ଲକ ଉପାଧ୍ୟକ୍ଷଙ୍କ ନାମରେ ଜିଲ୍ଲାପାଳଙ୍କୁ ଫେରାଦ

ସୂଚନା ଅନୁଯାୟୀ ପଞ୍ଚାୟତର ରଞ୍ଜିତ ପାଇକରାୟଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବେ କହି ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ସାଢ଼େ ଚାରି ହଜାର ଟଙ୍କା ନେଇଥିବା ଆଜି(ଗୁରୁବାର) ରଞ୍ଜିତ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସେହିଭଳି ଖାଲି ରଞ୍ଜିତ ନୁହନ୍ତି ତାଙ୍କ ଭଳି ଅନେକ ଲୋକଙ୍କ ଠାରୁ ଘର ପାଇଁ ଟଙ୍କା ନେଉଥିବା କହିଛନ୍ତି ଗ୍ରାମବାସୀ । ସେପଟେ ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ଘଟଣାକୁ ଖଣ୍ଡନ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ବଦନାମ କରିବା ପାଇଁ ଅପଚେଷ୍ଟା କରାଯାଉଛି କହିବା ସହ ଏହା ବିରୁଦ୍ଧରେ ଆଇନର ଆଶ୍ରୟ ନେବାକୁ କହିଛନ୍ତି ।



ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details