ଓଡିଶା

odisha

ଦୁର୍ଘଟଣା ସମୟରେ ଜୀବନ ରକ୍ଷାକାରୀ କବଚ ସାଜିବ ‘ସୁବର୍ଣ୍ଣ ମୁହୁର୍ତ୍ତ’

By

Published : Apr 10, 2023, 1:55 PM IST

ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ପାଇଁ ଆରମ୍ଭ ହେଲା ‘ସୁବର୍ଣ୍ଣ ମୁହୁର୍ତ୍ତ ଅଭିଯାନ । ଅଧିକ ପଢନ୍ତୁ

Golden Hour Campaign
Golden Hour Campaign

Golden Hour Campaign started

ଭୁବନେଶ୍ବର: ସଡକ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ନେଇ ଲୋକଙ୍କୁ ସଚେତନ କରିବ କଳିଙ୍ଗ ଗୌରବ ଟ୍ରଷ୍ଟ । ଏନେଇ ଏହି ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଛି ‘ସୁବର୍ଣ୍ଣ ମୁହୁର୍ତ୍ତ’ ବା 'Golden Hour' ଅଭିଯାନ । ଦୁର୍ଘଟଣା ସମୟରେ, ବିଶେଷ ଭାବରେ କୌଣସି ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ମଧ୍ୟରେ ଜୀବନ ରକ୍ଷାକାରୀ ପଦକ୍ଷେପ ଗ୍ରହଣ କରିବାର ଗୁରୁତ୍ୱ ବିଷୟରେ ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବ ଏହି ଅଭିଯାନ । ତେଣୁ କଳିଙ୍ଗ ଗୌରବ ଟଷ୍ଟ୍ର ବ୍ରାଣ୍ଡ ଆମ୍ବାସଡର ତଥା ଓଲିଉଡ ଅଭିନେତା ସିଦ୍ଧାନ୍ତ ଅନ୍ୟ କଳାକାରଙ୍କ ସହ ମିଶି ଏକ ସଡକ ଦୁର୍ଘଟଣା ଉପରେ ଏକ ସୁନ୍ଦର ସଚେତନତଧର୍ମୀ ନାଟକ ପରିବେଷଣ କରିଥିଲେ । ଯାହା ଉପସ୍ଥିତ ଦର୍ଶକଙ୍କ ମନକୁ ବେଶ ଛୁଇଁଥିଲା । ଏହି ନାଟକ ସଚେତନତାର ଖୋରାକ ମଧ୍ୟ ଯୋଗାଇଥିଲା ।

ଅଭିଯାନର ଉନ୍ମୋଚନ କାର୍ଯ୍ୟକ୍ରମରେ ସୁବର୍ଣ୍ଣ ମୁହୁର୍ତ୍ତ ହିରୋ ପ୍ରିଭିଲେଜ୍ କାର୍ଡ, କିଟ୍‌, ଗୀତ, ସୁବର୍ଣ୍ଣ ମୁହୁର୍ତ୍ତ ବ୍ରାଣ୍ଡ୍ ଆମ୍ବାସଡର ପୁରସ୍କାର ଏବଂ ୯ ଜଣଙ୍କୁ ସୁବର୍ଣ୍ଣ ମୁହୁର୍ତ୍ତ ହିରୋ ପୁରସ୍କାର ପ୍ରଦାନ କରାଯିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଏହା ସହ ଆଇ ୱମେନ୍ ଅଫ୍ ସବ୍‌ଷ୍ଟାନସ୍ ଆୱାଡ୍ ୨୦୨୩ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିଥିବା ୨୫ଜଣ ମହିଳାମାନଙ୍କୁ କଳିଙ୍ଗ ଗୌରବ ଟ୍ରଷ୍ଟ୍ ତରଫରୁ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ କମିଶନର, ହସ୍ପିଟାଲ ଏବଂ ଅଟୋ ମୋବାଇଲ୍ ଶିଳ୍ପ, ଓଲିଉଡ ଇଣ୍ଡଷ୍ଟ୍ରି ଏବଂ ଯୁବ ଗୋଷ୍ଠୀ ଏହି ପଦକ୍ଷେପକୁ ସମର୍ଥନ କରିଥିଲେ ।

ଅନ୍ୟପଟେ ଏହି ଅବସରରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ''ଦେଶରେ ସଡକ ଦୁର୍ଘଟଣାରେ ଓଡିଶାର ସର୍ବାଧିକ ହାର ରହିଛି । ଗୁରୁତର ଲୋକଙ୍କ ଡାକ୍ତରଖାନାରେ ପହଞ୍ଚିବାରେ ବିଳମ୍ବ ହେତୁ ଅନେକଙ୍କ ମୃତ୍ୟୁ ଘଟୁଛି । ସୁବର୍ଣ୍ଣ ମୁହୁର୍ତ୍ତ ପଦକ୍ଷେପ ଦୁର୍ଘଟଣା ସମୟରେ ସମୟାନୁବର୍ତ୍ତୀ କାର୍ଯ୍ୟ ତଥା ଜୀବନ ରକ୍ଷାକାରୀ ପଦକ୍ଷେପ ଉପରେ ଜନସାଧାରଣଙ୍କୁ ଶିକ୍ଷା ଦେଇ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା । ଆମର ଗୋଟିଏ ପ୍ରୟାସ ଏକ ମୂଲ୍ୟବାନ ଜୀବନ ବଞ୍ଚାଇବା । ''କଳିଙ୍ଗ ଗୌରଭ ଟ୍ରଷ୍ଟ୍‌ର ଜେନେରାଲ ସେକ୍ରେଟାରୀ ଡ଼.ଚିଦାତ୍ମିକା ଖଟୁଆ କହିଛନ୍ତି, '' ଓଡିଶାରେ ସଡକ ଦୁର୍ଘଟଣାର ମୃତ୍ୟୁକୁ ହ୍ରାସ କରିବା ଏବଂ ଉଚିତ୍ ସମୟରେ ଜୀବନ ରକ୍ଷାକାରୀ ପଦକ୍ଷେପ ଗ୍ରହଣ କରିବା ପାଇଁ ସୁବର୍ଣ୍ଣ ମୂହୁର୍ତ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।''

ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ରାଜ୍ୟ ସଭା ସାଂସଦ ସୁଲତା ଦେଓ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, କଳିଙ୍ଗ ଗୌରବ ଟଷ୍ଟ୍ର ବ୍ରାଣ୍ଡ୍ ଆମ୍ବାସଡର ତଥା ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ଅନେକ ଜଣାଶୁଣା କଳାକାର ଓ ବ୍ୟକ୍ତି ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details