ଓଡିଶା

odisha

ଉଚ୍ଚଶିକ୍ଷା ବିଭାଗ ସମୀକ୍ଷା ବୈଠକ, 5T ଧାରାରେ ବ୍ୟତିକ୍ରମ ହେଲେ କଠୋର କାର୍ଯ୍ୟାନୁଷ୍ଠାନ

By

Published : Jul 9, 2023, 7:36 PM IST

ରାଜ୍ୟ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା ବୈଠକ । 5T ଧାରାରେ ବ୍ୟତିକ୍ରମ ହେଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗର କାର୍ଯ୍ୟାବଳୀ ସମୀକ୍ଷା । 5T ଧାରାରେ ବ୍ୟତିକ୍ରମ ହେଲେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏନେଇ ଏକ ଉତ୍ସର୍ଗୀକୃତ ପେନସନ ସେଲ୍‌ ସ୍ବତନ୍ତ୍ର ଭାବେ କାର୍ଯ୍ୟ କରିବ । ଏହା ସହ ସରକାରଙ୍କ ୫-‘ଟି’ ଉପକ୍ରମ ଅନୁଯାୟୀ ସ୍ବଚ୍ଛତା ଓ ଆନ୍ତରିକତା ଭାବରେ କାର୍ଯ୍ୟ କରିବ । ତେବେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ଯେପରି ପେନସନ ପାଇବେ ଏବଂ ସମସ୍ତ ବାକିଥିବା ପେନସନ କେସ୍‌(ମାମଲା)ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା କରିବାକୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପକ ଓ ଅଧ୍ୟାପିକା ପଦବୀ, ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପଦବୀ ପୂରଣ ଲାଗି ସମସ୍ତ ପଦକ୍ଷେପ ଖୁବଶୀଘ୍ର ଗ୍ରହଣ କରାଯିବ । ଏନେଇ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମସ୍ତ ଅଧିକାରୀମାନଙ୍କୁ ଯଥା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଜି.ଆଇ.ଏ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଥିବା ପଦବୀଗୁଡ଼ିକ ଲାଗି ଡାଟାବେସ୍‌ ପ୍ରସ୍ତୁତି ଓ ଖାଲିଥିବା ପଦବୀଗୁଡ଼ିକୁ ନିରୀକ୍ଷଣ କରିବା ଉପରେ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟରେ ଥିବା ଅନେକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ପଦବୀ ଖାଲି ରହିଛି । ଏପରିକି ଅନେକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ ଅତିଥି ଅଧ୍ୟାପକମାନଙ୍କ ଦ୍ଵାରା ପାଠପଢା ଯାଉଥିବା ଦେଖିବାକୁ ମିଳୁଛି।

ଏହା ବି ପଢନ୍ତୁ- PGI Rank: 24ତମ ସ୍ଥାନକୁ ଖସିଲା ଓଡ଼ିଶା; ବଢ଼ିଲା ରାଜନୀତି, ବିରୋଧୀଙ୍କ ଟାର୍ଗେଟରେ 5T ସ୍କୁଲ

ଏପଟେ ରୁସା ସ୍ଥିତି ଓ ବିଶ୍ବ ବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ବିଷୟ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଛି । ରାଜ୍ୟରେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ଉଚ୍ଚଶିକ୍ଷାର ମାନବୃଦ୍ଧି ଏବଂ ବିକାଶ ଉପରେ ସବିଶେଷ ଆଲୋଚନା କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଥିବା ଅନୁଦାନ ରାଶି ସଠିକ ଭାବେ ବିନିଯୋଗ କରିବା, ନାକ୍‌ର ରାଙ୍କିଂ ଏବଂ NIRFରେ ଅଂଶଗ୍ରହଣ କରିବା ସମ୍ପର୍କରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି ।

ଏହାସହ ରାଜ୍ୟରେ ଥିବା ବିଭିନ୍ନ ମହାବିଦ୍ୟାଳୟରେ ଗଚ୍ଛିତ ରହିଥିବା ଅର୍ଥରାଶି ଏବଂ ତା’ର ସହଳ ବିନିଯୋଗ ଉପରେ ସମୀକ୍ଷା କରିବାକୁ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ତେବେ ଏହି ସମୀକ୍ଷା ବୈଠକରେ ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details